Before Header

ପ୍ରଥମ ଦଳିତ ଭାବରେ ମୁଖ୍ୟମନ୍ତ୍ରୀ ହେଲେ ଚରଣଜିତ ସିଂହ

0 9

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପଞ୍ଜାବରେ କ୍ୟାପଟେନଙ୍କ ଇସ୍ତଫା ଦେବା ପରେ ସାରା ଦେଶରେ ରାଜନୀତି ମାହୋଲ ବେଶ ସରଗରମ ହୋଇ ଉଠିଥିଲା । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ କିଏ ହେବ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ? ଏହି ସସପେନ୍ସ ଉପରୁ ପର୍ଦ୍ଦା ଉଠାଇଛନ୍ତି କଂଗ୍ରେସ । ତେବେ ଦଳିତ ନେତା ଚରଣଜିତ ସିଂହ ଚନ୍ନି ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଚରଣଜିତଙ୍କ ନାମ ଉପରେ ବିଧାୟକ ଦଳର ନେତାମାନେ ମୋହର ଲଗାଇଥିଲେ । ଏହା ପରେ କଂଗ୍ରେସ ପ୍ରଭାରୀ ହରିଶ ରାୱତ ଟ୍ୱିଟ କରି ଏନେଇ ସୂଚନା ଦେଇଥିଲେ । ଏହା ମଧ୍ୟରେ ଆଜି ୧୧ଟାରେ ଶପଥ ନେଇଛନ୍ତି ଚରଣଜିତ ସିଂହ । ଏହି ସମାରୋହରେ ରାହୁଲ ଗାନ୍ଧିଙ୍କ ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ଚନ୍ନି ଦଳିତ ଶିଖ ସମାଜର ଅଟନ୍ତି ।

ଭାରତରେ ସର୍ବାଧିକ ଦଳିତଙ୍କ ସଂଖ୍ୟା ପଞ୍ଜାବରେ ରହିଛି । ପଞ୍ଜାବରେ ଏମାନଙ୍କ ସଂଖ୍ୟା ୩୨ ପ୍ରତିଶତ ରହିଛି । ତେଣୁ ଦଳିତ ଶିଖ ଭାବରେ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିବାର ଅନୁମାନ କରାଯାଉଛି । ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ଦଳିତଙ୍କୁ ନେଇ ରାଜନୀତି କରିବାର ଜାତୀୟ କଂଗ୍ରେସ ଯୋଜନା କରୁଛି । ଠିକ ସମାନ ପରିସ୍ଥିତି କିଛ ଦିନ ପୂର୍ବରୁ ଗୁଜରାଟରେ ମଧ୍ୟ ହୋଇଥିଲା । ସେଠାରେ ମଧ୍ୟ ପଟେଲ ସମୁଦାୟଙ୍କୁ ଦୃଷ୍ଟିରେ ରଖି ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ଏଥିରୁ ସ୍ପଷ୍ଟ ବାରି ହୋଇଯାଉଛି ଉଭୟ ଦଳ ଦଳିତ ଓ ପଟେଲଙ୍କୁ ନେଇ ଆସନ୍ତା ବିଧାନସଭା ନିର୍ବାଚନରେ ରାଜନୀତି କରିବା ପାଇଁ ଯାଉଛନ୍ତି । ଚନ୍ନି ରୁପନଗର ଜିଲ୍ଲା ଚମକୌର ସାହିବ ବିଧାନସଭା କ୍ଷେତ୍ରରେ ବିଧାୟକ ଅଛନ୍ତି । ଏହା ସହ ୨୦୧୫ ମସିହାରେ ଶିରୋମଣି ଅକାଳି ଦଳ ଓ ବିଜେପି ମଧ୍ୟରେ ଗଠବନ୍ଧନ ସମୟରେ ବିଧାନସଭାରେ ନେତା ପ୍ରତିପକ୍ଷରେ ମଧ୍ୟ ଚନ୍ନି ରହିଥିବାର ସୂଚନା ମିଳିଛି । ଏସବୁ ଛଡ଼ା ଚରଣଜିତ ସିଂହ ଚନ୍ନି ବିବାଦରେ ମଧ୍ୟ ରହିସାରିଛନ୍ତି । ତେବେ ଚଳିତ ବର୍ଷ ମେ’ ମାସରେ ୩ ବର୍ଷ ତଳର ଏକ ପୁରୁଣା ମାମଲା ସାମ୍ନାକୁ ଆସିଥିଲା । ୨୦୧୮ ମସିହାରେ ଜଣେ ମହିଳା ଆଇଏଏସ ଅଧିକାରୀଙ୍କୁ ଖରାପ ମେସେଜ ପଠାଇଥିବାର ତାଙ୍କ ଉପରେ ଅଭିଯୋଗ ଆସିଥିଲା ।

ହେଲେ ମହିଳା ଜଣଙ୍କ ଏହି ମାମଲାକୁ ନେଇ ଅଭିଯୋଗ ଦାୟର କରିନଥିଲେ । କିନ୍ତୁ ପଞ୍ଜାବ ମହିଳା କମିଶନ ଏହି ମାମଲାକୁ ନେଇ ମେ’ ମାସରେ ରାଜ୍ୟ ସରକାରଙ୍କୁ ନୋଟିସ ପଠାଇଥିଲେ । ସେତେବେଳେ ଏହି ମାମଲା ପୁଣିଥରେ ସାମ୍ନାକୁ ଆସିଥିଲା । କେବଳ ଏତିକି ନୁହେଁ ବରଂ ଚରଣଜିତ ସିଂହ ଚନ୍ନି ପଞ୍ଜାବରେ ଡ୍ରଗ ତଥା ଗୀତରେ ଏହାର ପ୍ରଚାରକୁ ବିରୋଧ କରି ଏହାକୁ ନିଷିଦ୍ଧ କରିବାକୁ ଦାବି କରିଥିଲେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସେ ସରକାରଙ୍କ ତ୍ରୁଟି ବିଷୟରେ ଅନେକ ଥର ସ୍ୱର ଉଠାଇଥିଲେ । ସବୁଠାରୁ ରୋଚକ କଥାଟି ହେଉଛି ନବଜୋତ ସିଂହ ସିଦ୍ଧୁଙ୍କ ପରି ସେ ମଧ୍ୟ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ଦାବି କରିଥିଲେ ।

 

Leave A Reply

Your email address will not be published.