Masthead

ଡାକ୍ତରଙ୍କ ଅବହେଳା ପାଇଁ ଜନ୍ମ ନେଲା ବିକଳାଙ୍ଗ ଶିଶୁ

ତିର୍ତୋଲ (ବଡ଼ ଖବର ବ୍ୟୁରୋ): ଚିକିତ୍ସା ଅବହେଳା ଏବଂ ଡାକ୍ତରଙ୍କ ଖାମଖିଆଲି ପାଇଁ ଜନ୍ମ ନେଲା ବିକଳାଙ୍ଗ ଶିଶୁ । ଏଭଳି ଘଟଣା ଘଟିଛି ତିର୍ତୋଲ କୋଲର ପଞ୍ଚାୟତ ଜୟପୁର ଗାଁରେ । ଗାଁର ବନ୍ଦନା ଦାସ ରାହାମା ପ୍ରତାପ ଦାସ ନାମକ ଏକ ଘରୋଇ ହସ୍ପିଟାଲକୁ ଅଲଟ୍ରା ସାଉଣ୍ଡ ପାଇଁ ଯାଇଥିଲେ । ପିଲା ଠିକ ଥିବା ଏବଂ ତାର ହାତ ଗୋଡ ଠିକ ଥିବା ରିପୋର୍ଟ ତାଙ୍କୁ ଦିଆଯାଇଥିଲା । ଡାକ୍ତରଙ୍କ ଭୁଲ ରିପୋର୍ଟ ପାଇଁ ବିକଳାଙ୍ଗ ଶିଶୁ ଜନ୍ମ ଲାଭ ହେଇଛି ।

ପିଲାର ବାପା ମନରଞ୍ଜନ ଚୁଲି ଯେତେବେଳେ ଆସି ପ୍ରତାପ ଦାସଙ୍କୁ ପଚାରିବାରୁ ସେ ତାଙ୍କୁ ଆଡୁ ସାଡୁ କହି ଗେଟ ବାହାରକୁ ବାହାରିଯିବାକୁ କହିଥିଲେ ଏବଂ କୋର୍ଟରେ ଯାଅ କେସ କରିବ କହି କି ବିଦା କରିଦେଇଥିଲେ । ଏଭଳି ଦାୟିତ୍ଵହୀନ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସାଧାରଣରେ ଦାବି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି