Masthead

ବିଗ୍ ବସ୍ ନୂଆ ସିଜିନ୍ ପାଇଁ ସଲମାନ ନେବେ ୩୫୦ କୋଟି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡ ଭାଇଜାନ ସଲମାନ ଖାନ୍ ସବୁବେଳେ କିଛି ନା କିଛି ରିଜିନ୍ ପାଇଁ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ମୁଭି ହେଉ କି ସୋ’ ସବୁକିଛି କାଫି ପପୁଲାରିଟି ପାଇଥାଏ ଇଣ୍ଡଷ୍ଟ୍ରିରେ । ନିକଟରେ ତାଙ୍କ ସୋ’ ବିଗ୍ ବସ୍ ପୁଣି ଥରେ ପ୍ରିପେୟାର ହେଉଛି ଟିଭିରେ ଟେଲିକାଷ୍ଟ ପାଇଁ । ବିଗ୍ ବସ୍ ଓଟିଟି ପରେ ଏବେ ପୁଣି ଥରେ ବିଗ୍ ବସର ନୂଆ ସିଜିନ୍ ଆସିବାକୁ ଯାଉଛି । ତେବେ ପୂର୍ବଭଳି ଏହି ସୋ’କୁ ମଧ୍ୟ ସଲମାନ ଖାନ୍ ହୋଷ୍ଟ କରିବେ କିନ୍ତୁ ସବୁଠାରୁ ଖାସ୍ କଥା ହେଉଛି ସୋ’ କୁ ହୋଷ୍ଟ କରିବା ପାଇଁ ସଲମାନ ୩୫୦ କୋଟି ଟଙ୍କା ପେମେଣ୍ଟ ନେବେ ବୋଲି ଏବେ ଚର୍ଚ୍ଚା ହେଉଛି ।

ବିଗ୍ ବସର ୧୪ସପ୍ତାହ ସୁଟିଂ ପାଇଁ ସେ ଏଭଳି ଏକ ବଡ ଆମାଉଣ୍ଟର ପେମେଣ୍ଟ ନେବେ, ଯାହାକି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ପାଲଟିଛି । କହିବାକୁ ଗଲେ ସଲମାନ ହେଉଛନ୍ତି ବି ଟାଉନର ଜଣେ ହାଇଏଷ୍ଟ ପେଡ୍ ଆକ୍ଟର । ବିଗ୍ ବସ୍ ସୋ ବି ଟାଉନର ସବୁଠାରୁ ବଡ ଓ ପପୁଲାର ସୋ ହୋଇଥିବା ବେଳେ ଏହାର ପ୍ରତିଟି ସିଜିନ ହୋଷ୍ଟ କରିଥାନ୍ତି ସଲମାନ । ତେବେ ଏହି ନୁଆ ସିଜିନ୍ ରେ ପୁଣି କଣ ନୂଆ ଦେଖିବାକୁ ମିଳୁଛି ତାହା ହେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ