Masthead

କିଏ ସେ ରହସ୍ୟମୟୀ ଯୁବତୀ ?

ଭୁବନେଶ୍ଵର( ବଡ଼ ଖବର ବ୍ୟୁରୋ ): କିଏ ସେ ରହସ୍ୟମୟୀ ଯୁବତୀ ? କାହା କାହା ସହିତ ଲିଙ୍କରେ ଥିଲେ ? ଆଉ କେବେଠୁ ଲିଙ୍କରେ ଥିଲେ ? ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍‌ ଘଟଣାର ଖୋଲୁଛି ଗୁମର। ହନିଟ୍ରାପ ନେଇ ଅଭିଯୁକ୍ତଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ପାଞ୍ଚ ଅଭିଭିଯୁକ୍ତଙ୍କ ସହ ୨୦୨୦ରୁ ଫେସବୁକ୍‌ ମାଧ୍ୟମରେ ସଂପର୍କରେ ଥିଲେ। ପାଞ୍ଚ ଜଣଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇଥିଲେ ରହସ୍ୟମୟୀ ମହିଳା । କେତେବେଳେ କହୁଥିଲେ ଇଂଲଣ୍ଡରେ କାମ କରୁଛନ୍ତି। ଆଉ କେତେବେଳେ ମିସାଇଲ୍‌ ଉପରେ ଜାଣିବାର ଆଗ୍ରହ ଅଛି। କିଛି ଅଭିଯୁକ୍ତଙ୍କୁ ରାଜସ୍ଥାନର ପ୍ରେସ ଟ୍ରଷ୍ଟ ବ୍ୟୁରୋରେ କାମ କରୁଥିବା ନେଇ କହିଥିଲେ ସେହି ରହସ୍ୟମୟୀ ଯୁବତୀ। ଖାଲି ସେତିକି ନୁହେଁ ନିଜକୁ ଚଣ୍ଡୀଗଡ଼ର ଡିଫେନ୍‌ସ କର୍ମଚାରୀ। ଏପରିକି ପୋର୍ଟବ୍ଲେୟାରର ନର୍ସ ବୋଲି ମଧ୍ୟ ପରିଚୟ ଦେଉଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତରୁ ଏଭଳି କିଛି ତଥ୍ୟ ସମ୍ନାକୁ ଆସିଛି।

ଦେଢ଼ ବର୍ଷ ଧରି ଅଭିଯୁକ୍ତଙ୍କ ଲିଙ୍କରେ ରହିଥିଲେ ସଂପୃକ୍ତ ମହିଳା। ପାଞ୍ଚଟି ବିଭିନ୍ନ ନମ୍ବରରେ କଲ୍‌ କରୁଥିଲେ । ଅଭିଯୁକ୍ତଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ଇଂରାଜୀ ଓ ହିନ୍ଦୀରେ କଥା ହେଉଥିଲେ। ପାଞ୍ଚ ଅଭିଯୁକ୍ତ ପରସ୍ପରକୁ ଜାଣିନଥିଲେ । ଏପରିକି ସମସ୍ତେ ଜଣେ ମହିଳାଙ୍କ ସହ କଥା ହେଉଥିବା ବି ଜାଣିନଥିଲେ । ହ୍ବାଟ୍‌ସ ଆପ୍‌, ମେସେଞ୍ଜର, ଫେସବୁକ୍‌ ଓ ଭିଡିଓ କଲ୍‌ ମାଧ୍ୟମରେ ସଂପର୍କ ରଖୁଥିଲେ ରହସ୍ୟମୟୀ ମହିଳା । ଆଇପି ଆଡ୍ରେସ କେଉଁଠାରୁ ବ୍ୟବହାର ହେଉଥିଲା ସେନେଇ ଖୋଳତାଡ଼ ଚାଲିଛି । ୟୁକେ ସରକାରଙ୍କୁ ହ୍ବାଟ୍‌ସ ଆପ୍‌ ନମ୍ବରର ଡିଟେଲ୍ସ ମଗାଯିବ । ଚାନ୍ଦିପୁରରେ ଏୟାରପୋର୍ଟର ପାଇଲଟଲେସ ଏୟାରକ୍ରାଫ୍ଟ ପରୀକ୍ଷଣ ହେଉଥିବାରୁ ଏୟାରଫୋର୍ସ ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ