Masthead

ପଶୁଙ୍କ ପାଇଁ ମଣିଷ ସାଜିଲା ଦାନବ: ବିଷ ଦେଇ ମାରିଦେଲା ୨୦ କୁକୁର

ଚୌଦ୍ୱାର(ବଡ଼ ଖବର ବ୍ୟୁରୋ): କୁକୁରଙ୍କୁ ମାରିଦେଲେ । ବିଷ ଦେଇ ମାରିଦେଲେ ନିରୀହ ପଶୁଙ୍କୁ । ପଶୁଙ୍କ ପାଇଁ ମଣିଷ ସାଜିଛି ବାଧକ । ଏମିତି ଏକ ଜଘନ୍ୟ କାଣ୍ଡ ଘଟିଛି କଟକ ଜିଲ୍ଲା ଚୌଦ୍ୱାର ବ୍ଲକ୍ ଶଙ୍କରପୁର ପଞ୍ଚାୟତରେ। ଯେଉଁଠାରେ ଜଣେ ଜଳଖିଆ ଦୋକାନୀ ୨୦ କୁକୁରଙ୍କୁ ଗୁଲୁଗୁଲାରେ ବିଷ ଦେଇ ହତ୍ୟା କରିଥିବା ଜଣାପଡ଼ିଛି। ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟାଭୟ ପରିସ୍ଥିତି ଦେଖାଦେଇଛି । ଗତ ତିନି ଦିନ ଭିତରେ ସ୍ଥାନୀୟ ଅଞ୍ଚଳରେ ୨୦ କୁକୁରଙ୍କର ପ୍ରାଣ ଗଲାଣି। ତେବେ ଆଜି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ୧୦ଟି କୁକୁର ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଯାହା ଦେଖି ଲୋକେ ଥାନାରେ ଅଭିଯୋଗ କରିଥିଲେ।

ସେପଟେ ଏହି ହତ୍ୟାକାଣ୍ଡ ପଛରେ ଜଣେ ଜଳଖିଆ ଦୋକାନୀର ହାତ ଥିବା ସନ୍ଦେହ କରାଯାଉଛି। କାରଣ ସେହି ବ୍ୟକ୍ତିର ଦୋକାନ ଆଗରେ କୁକୁରମାନେ ପ୍ରତିଦିନ ଉତ୍ପାତ କରୁଥିଲେ। ଆଉ ଦୋକାନୀ ଜଣକ ରାଗରେ ହୁଏତ ଏହି କୁକୁରଙ୍କୁ ବିଷ ଦେଇ ମାରିଦେଇଥିବା କୁହାଯାଉଛି। ଗ୍ରାମବାସୀ ଏ ନେଇ ଚୌଦ୍ଵାର ଥାନାରେ ଏକ ଅଭିଯୋଗ କରିଛନ୍ତି। ଏହି କୁକୁରର ମୃତ୍ୟୁ ରହସ୍ୟ ଉନ୍ମଚନ ସହିତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ବାସି ଦାବି କରିଛନ୍ତି. ଏହା ନେଇ ପିପୁଲ ଫର୍ ଆନିମଲ ତରଫ ରୁ ଏହାର ତଦନ୍ତ କରାଯିବା ସହ ମୃତ କୁକରମାନଙ୍କ ସବ ବ୍ୟବଚ୍ଛେଦ ପାଇଁ ସହିଦ ନଗର ସ୍ଥିତ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପଠା ଯାଇଥିବା ଜଣା ପଡ଼ିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା