Masthead

ବିମାନରେ କାମ କଲେ ପିଏମ, କଂଗ୍ରେସ କହିଲା ନୂଆ ନୁହଁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଏହିସମୟରେ ମୋଦିଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ବିମାନ ଭିତରେ ମୋଦି ଫାଇଲ କାମ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ବିଜେପି ନେତା ମନ୍ତ୍ରୀ ମାନେ ସେୟାର କରିଛନ୍ତି । ଏହାସହ ଏଥିରେ ଲେଖାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦି କିପରି ଅବିରାମ ଦେଶ ପାଇଁ କାମ କରୁଛନ୍ତି । ତେବେ ଏଭଳି ପୋଷ୍ଟ କରାଯିବା ସଙ୍ଗେସଙ୍ଗେ ଏହାକୁ ନେଇ କାଉଣ୍ଟର କରିଛି କଂଗ୍ରେସ । କଂଗ୍ରେସ ପକ୍ଷରୁ ମଧ୍ୟ କିଛି ଫଟୋ ସେୟାର କରି ଲେଖାଯାଇଛି ଯେ, ବିମାନରେ କାମ କରିବାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ନୁହନ୍ତି ।

ଦୀର୍ଘ ସମୟର ବିମାନ ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମାନେ ସରକାରୀ କାର୍ଯ୍ୟ କରିଥା’ନ୍ତି । ଭାରତର ଦ୍ୱୀତିୟ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଅମଳରୁ ଏହାର ଉଦାହରଣ ରହିଛି । ଏହାଛଡ଼ା କଂଗ୍ରେସ ଦଳର ପୂର୍ବତନ ପ୍ରଧାନମନ୍ତ୍ରୀ ମାନଙ୍କର ଫଟୋ ମଧ୍ୟ ଜାରି କରାଯାଇ କୁହାଯାଇଛି ଯେ, ଏ ସମ୍ପର୍କରେ ଅଧିକ ଚର୍ଚ୍ଚା କରିବାର କୌଣସି ଆବଶ୍ୟକ ନାହିଁ । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋକୁ ନେଇ ସାମାଜିକ ଗଣମାଧ୍ୟମରେ ଯେତିକି କୌତୁହଳ ପ୍ରକାଶ କରାଯାଇନି ତାଠାରୁ ଅଧିକ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ କୌତୁହଳ ପ୍ରକାଶ ପାଇଛି ସୋସିଆଲ ମିଡିଆରେ ।

 

ବିଭାକର ଶାସ୍ତ୍ରୀ ପୋଷ୍ଟ କରିଥିବା ଫଟୋରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ନଥି କାମ କରୁଥିବା ବେଳେ ପତ୍ନୀ ଲଳିତା କୌଣସି ଏକ ପୁସ୍ତକ ପଢ଼ୁଥିବାର ଦେଖିବାକୁ ମିଳିଛି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ଗଣମାଧ୍ୟମ କର୍ମଚାରୀ ମାନଙ୍କ ସହ ଆଲୋଚନା କରୁଥିବାର ଦେଖିବାକୁ ମିଳିଛି ।

ସେହିପରି ରାଜୀବ ଗାନ୍ଧି ଟେବୁଲ ଉପରେ ଖାଦ୍ୟ ରଖାଯାଇଥିବା ସତ୍ତେ୍ୱ ଲାପଟପରେ କିଛି କାମ କରୁଥିବାର ଦେଖିବାକୁ ମିଳିଛି । ପି.ଭି ନରସିଂହ ରାଓ ମଧ୍ୟ କୌଣସି କାମକୁ ନେଇ ଗମ୍ଭୀର ଭାବେ ଚିନ୍ତନ କରୁଥିବା ବେଳେ ମନମୋହନ ସିଂ ଗଣମାଧ୍ୟମକୁ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଛି । ଦୂର ଯାତ୍ରା ସମୟରେ ନେତା ମାନେ ଏପରି କାମ କରିବା କିଛି ନୂଆ କଥା ନୁହେଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼