Masthead

ପ୍ରକାଶ ପାଇଲା ସିଭିଲ ସର୍ଭିସ ରେଜଲ୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଲା ସିଭିଲ ସର୍ଭିସ ରେଜଲ୍ଟ । ମୋଟ ୭୬୧ ଜଣ ଛାତ୍ରଛାତ୍ରୀଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିବାର ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୫୪୫ ଜଣ ପୁରୁଷ ଥିବାବେଳେ ୨୧୬ ଜଣ ମହିଳା ଅଛନ୍ତି । ଏଥିରେ ଶୁଭମ କୁମାର ଟପ୍ପର ହୋଇଛନ୍ତି । ଜାଗ୍ରତୀ ଅବସ୍ତୀ ମହିଳାଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି । ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଟପ ୨୫ ଜଣଙ୍କ ମଧ୍ୟରେ ୧୩ ଜଣ ପୁରୁଷ ଥିବାବେଳେ ୧୨ ଜଣ ମହିଳା ଅଛନ୍ତି । ଅନ୍ୟପଟେ ଓଡ଼ିଶାର ଜୁବିନ ମହାପାତ୍ର ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ସହ ୪୬ ରାଙ୍କରେ ଅଛନ୍ତି । ୨୦୧୮ ମସିହାରେ ୨୩୫ ରାଙ୍କ ଏବଂ ୨୦୧୯ ମସିହାରେ ୩୭୯ ରାଙ୍କ ରଖିଥିଲେ ।

ତେବେ ଏଥର ନିଜର ପ୍ରଚେଷ୍ଟା ଫଳରେ ସେ ୪୬ ରାଙ୍କ ହାସଲ କରିଛନ୍ତି । ସେହିପରି ଝାରସୁଗୁଡ଼ା ଝିଅ ରୀନା ପ୍ରଧାନଙ୍କୁ ମଧ୍ୟ ସଫଳତା ମିଳିଛି । ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ରୀନା ୧୯୪ ରାଙ୍କ ରଖିଛନ୍ତି । ପେଶାରେ ସେ ଜଣେ ଡାକ୍ତର । ପୂର୍ବରୁ ସେ ୨ ଥର ସିଭିଲ ପରୀକ୍ଷାରେ କୃତକାର୍ଯ୍ୟ ହୋଇନଥିଲେ । ତେବେ ୨୦୨୦ ବ୍ୟାଚରେ ପୁଣି ପରୀକ୍ଷା ଦେଇ ସେ ସଫଳ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା