Masthead

ମହାନଦୀରେ ମହା ଟ୍ରାଜେଡି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମହାନଦୀ କାଳ ଫାସ ବିଛେଇଥିଲା । ଛୋଟିଆ ଖବରଟି ଏତେ ବଡ଼ ହୋଇ ଜୀବନ ଯିବ ବୋଲି କିଏ ବା ଭାବିଥିଲା । ମହାନଦୀ ଟ୍ରାଜେଡିରେ ଓଡ୍ରାଫ ସୀତାକାନ୍ତ ମୁର୍ମୂ ଓ ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ମୃତ୍ୟୁ ଘଟିଥିଲା । ଯାହା ପାଇଁ ଏତେ ବଡ଼ ଅପରେସନ ହେଉଥିଲା ଶେଷରେ ତା’ ଜୀବନକୁ ମଧ୍ୟ ବଞ୍ଚାଇପାରିଲାନି ପ୍ରଶାସନ । ଶୁକ୍ରବାର ଦିନ ସକାଳୁ ମୁଣ୍ଡଳି ବ୍ରୀଜ ନିକଟରେ ଏକ ହାତୀ ଫସିଯାଇଥିଲା । ହାତୀଟିକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ଓ ବନବିଭାଗ କର୍ମଚାରୀ ରେସକ୍ୟୁ ଅପରେସନ କରିଥିଲେ । ଯାହାକୁ ସମସ୍ତେ ଅପରେସନ ଗଜରାଜ ବୋଲି କହିଥିଲେ ।

ପାଣିର ସ୍ରୋତ ପ୍ରଖର ଥିବାରୁ ହାତୀକୁ ଉଦ୍ଧାର କରିବା ଏକ ପ୍ରକାର ଚ୍ୟାଲେଞ୍ଜ ହୋଇପଡ଼ିଥିଲା । ସେପଟେ ପୋଲ ଉପରୁ ଏହି ଘଟଣାର ସମସ୍ତ ଚିତ୍ରକୁ କଏଦ କରାଯାଇଥିଲା । ଦୀର୍ଘ ୭ ଘଣ୍ଟାର ସଂଘର୍ଷ ପରେ କୂଳ ମୁହାଁ ହୋଇଥିବା ହାତୀଟି ପୁଣି ନଦୀ ମୁହାଁ ହୋଇଥିଲା । ହାତୀକୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ ଗଜରାଜ । ଫସିରହିଥିବା ହାତୀକୁ କୂଳ ଆଡକୁ ଘଉଡ଼େଇବା ଉଦ୍ଦେଶ୍ୟରେ ଓଡ୍ରାଫ ଟିମର ପାଞ୍ଚ ଜଣ ସଦସ୍ୟ ଏବଂ ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସ ଓ ପ୍ରଭାତ ସିହ୍ନା ନଈ ଭିତରକୁ ଓହ୍ଲାଇଥିଲେ । ସେଇଠୁ ଯାହା ଘଟିଲା ତାହା ସମସ୍ତଙ୍କୁ ନିର୍ବାକ ନିସ୍ତବ୍ଧ ବିଚଳିତ କରିଦେଲା । ପ୍ରଖର ସ୍ରୋତରେ ବୁଡ଼ିଗଲା ଓଡ୍ରାଫ ରୋବର ବୋଟ । ମହାନଦୀର ବୁଡ଼ିବାରେ ଲାଗିଲେ ଓଡ୍ରାଫ ଯବାନ ଓ ସାମ୍ବାଦିକ ଅରିବିନ୍ଦ ଦାସ ।

ପୋଲ ଉପରୁ ରଶି ଓ ରୋପ ଲାଡର ଲଗାଇ ଏବଂ ସ୍ଥାନୀୟ ମତ୍ସଜୀବୀ ହୁଲି ଡ଼ଙ୍ଗାରେ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ । ତାହା ପରେ ଅପରେଶନ ଗଜରାଜ ଏକ ହୃଦୟ ବିଦାରକ ମୋଡ଼ ନେଲା । ଖବର ଆସିଲା ଉଦୟମାନ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟିଛି । ଏବଂ ଜଣେ ଓଡ୍ରାଫ ଯବାନ ନିଖୋଜ ଅଛନ୍ତି ।ଅନ୍ୟ ଗୁରୁତରମାନଙ୍କୁ ଆଇସିୟୁରେ ରଖାଯାଇଥିଲା ।

ଯାହାପାଇଁ ଏତେ ବଡ଼ ଅପରେଶନ କରାଯାଇଥିଲା, ଶେଷରେ ତା’ ଜୀବନକୁ ମଧ୍ୟ ବଞ୍ଚାଇବାରେ ପ୍ରଶାସନ ବିଫଳ ହୋଇଥିଲା । ଶେଷରେ ଦୀର୍ଘ ସମୟ ଧରି ନିଖୋଜ ଥିବା ଓଡ୍ରାଫ ଯବାନଙ୍କ ମୃତ ଶରୀର ମିଳିଥିଲା । ସହିଦ ସୀତାରାମଙ୍କୁ ବଡ଼ ଖବର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ । ବାସ୍ତବରେ ମହାନଦୀ ମହାଶିକ୍ଷା ଦେଇଗଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ