Masthead

୭ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରୂପ ନେଇଛି । ଏହାର ପ୍ରଭାବରେ ଆନ୍ଧ୍ର ଏବଂ ଓଡିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ । କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ଗଜପତି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା । ତାହାକୁ ଦୃଷ୍ଟିରେ ରଖି ଉକ୍ତ ୭ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି ।

ଏଥିସହ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାଲରେ ପ୍ରବଳ ବର୍ଷାକୁ ନଜରରେ ରଖି ‌ଅରେଞ୍ଜ ୱାର୍ଣ୍ଣିଂ । ବାଲେଶ୍ବର, ଭଦ୍ରକ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସୋମବାର ମଧ୍ୟ ବର୍ଷା ଲାଗିରହିବ। ଆସନ୍ତକାଲି ପର୍ଯ୍ୟନ୍ତ ସତର୍କ ରହିବାକୁ ନିର୍ଦ୍ଦେଶ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!