Before Header

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

0 24

ଭୋପାଳ(ବଡ଼ ଖବର ବ୍ୟୁରୋ): ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହା ମଧ୍ୟପ୍ରଦେଶର ଭିଣ୍ଡ ଅଞ୍ଚଳରେ ହୋଇଥିବାର ସୂଚନା ମିଳିଛି । ଦୁର୍ଘଟଣାରେ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି । ଏବଂ ସୁରକ୍ଷିତ ଭାବରେ ପାରାଶୁଟ ସାହାଯ୍ୟରେ ଅବତରଣ କରିବାରେ ସଫଳ ହୋଇଛନ୍ତି । ତେବେ ବିମାନଟି ଟ୍ରେନିଂ ପାଇଲଟ ଲେଫ୍ଟନାଣ୍ଟ ଅଭିଳାଶ ଉଡାଉଥିଲେ ।

ମିରାଜ ୨୦୦୦ ବିମାନ ଆଜି ସକାଳେ ସେଣ୍ଟ୍ରାଲ ସେକ୍ଟରରେ ଟ୍ରେନିଂ ଉଡ଼ାଣ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ସେପଟେ ଦୁର୍ଘଟଣାର କାରଣ ଜାଣିବା ପାଇଁ ପୁଲିସର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.