Masthead

୬୫ ଘଣ୍ଟାରେ ୨୦ଟି ବୈଠକ କରିଥିଲେ ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଆମେରିକା ଗସ୍ତରୁ ସ୍ୱଦେଶ ଫେରିଛନ୍ତି । ଚଳିତ ମାସ ସେପ୍ଟମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତ କରିଥିଲେ । ପାଖାପାଖି ୯୦ ଘଣ୍ଟା ମଧ୍ୟରେ ନିଜର ଆମେରିକା ଗସ୍ତ ସମ୍ପୂର୍ଣ୍ଣ କରି ଭାରତକୁ ମୋଦି ଫେରିଥିଲେ । ମୋଦିଙ୍କୁ ସ୍ୱାଗତ କରିବା ପାଇଁ ବିଜେପି ମୁଖ୍ୟ ଜେପି ନଡ୍ଡା ଉପସ୍ଥିତ ଥିଲେ । ଏହା ଛଡ଼ା ସବୁଠାରୁ ରୋଚକ କଥାଟି ହେଉଛି ମାତ୍ର ୬୫ ଘଣ୍ଟା ପ୍ରଧାନମନ୍ତ୍ରୀ ଆମେରିକାରେ ବିତାଇଥିଲେ ।

ଏହା ସହ ଏହି ୬୫ ଘଣ୍ଟାରେ ପ୍ରଧାନମନ୍ତ୍ରୀ ୨୦ଟି ବୈଠକରେ ଯୋଗ ଦେଇଥିବାର କଥା ସାମ୍ନାକୁ ଆସିଛି । ଏଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । କେବଳ ଏତିକି ନୁହେଁ ବରଂ ଯିବା ଆସିବା ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଦୁଇ ଦୁଇଥର ବୈଠକ କରିଥିବାର ସୂଚନା ମିଳିଛି । ଫଳରେ ବିମାନରେ ହିଁ ପ୍ରଧାନମନ୍ତ୍ରୀ ୪ଟି ବୈଠକ କରିଥିଲେ । ଏପରି ଭାବରେ ପ୍ରଧାନମନ୍ତ୍ରୀ ଭାରତରୁ ଆମେରିକା ଗସ୍ତରେ ୨୦ଟି ବୈଠକ କରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ