Masthead

କୋଭିଡ ବିରୋଧରେ ଲଢେଇ ପାଇଁ ଭାରତକୁ ସହେଯାଗ : ଆମେରିକା

Help India to fight Covid: US

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ଭାରତକୁ ଆମେରିକାର ସହାୟତା । କୋଭିଡ଼ ବିରୋଧରେ ଲଢେଇ ପାଇଁ ଭାରତକୁ ସହେଯାଗ କରିବ ଆମେରିକା । ଆମେରିକା ୨୫ ମିଲିୟନ ଡଲାରର ଭାରତକୁ ସହାୟତା ଘୋଷଣା କରିଛି । ଭାରତରେ ମହାମାରୀ କରୋନା ବିରୋଧରେ ଚାଲିଥିବା ଟିକାକରଣ ଅଧିକ ତ୍ୱାରାନ୍ୱିତ କରିବାକୁ । ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନ୍‌ ଭାରତୀୟ ପ୍ରତିପକ୍ଷଙ୍କ ସହ ବୈଠକ କରିବା ପରେ ଏପରି ସହାୟତା ଘୋଷଣା କରିଛନ୍ତି। ସେ କହିଛନ୍ତି, କୋଭିଡ-୧୯ ସହାୟତା ବାବଦରେ ଆମେରିକା ୨୦୦ ମିଲିୟନ ଡଲାର ଖର୍ଚ୍ଚ କରି ସାରିଛି ।

ଏବେ ଆମେରିକା ସରକାର ବନ୍ଧୁ ଭାରତ ପାଇଁ ଅତିରିକ୍ତ ୨୫ ମିଲିୟନ ଡଲାରର ସହାୟତା ପଠାଇବେ। ସମଗ୍ର ଭାରତରେ ଚାଲିଥିବା ଟିକାକରଣରେ ଏହି ଖର୍ଚ୍ଚ କରାଯିବ। ଟିକା ସପ୍ଲାଇ ଚେନ୍‌କୁ ଅଧିକ ସୁଦୃଢ଼ କରାଯାଇ ଲୋକଙ୍କୁ ଜୀବନ ବଞ୍ଚାଇବାରେ ଏହା ସହାୟକ ହେବ। ଲଜିଷ୍ଟିକ, ଟିକାକୁ ନେଇ ହେଉଥିବା ଅପପ୍ରଚାର, ଟିକା ନେବାକୁ କୁଣ୍ଠାବୋଧ ପ୍ରକାଶ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଭଳି କାର୍ୟ୍ୟରେ ଏହା ବିନିଯୋଗ କରାଯିବ। ଆମେ ଭାରତ ଓ ଆମେରିକାରେ ମହାମାରୀର ଅନ୍ତ କରିବାକୁ ଚାହୁଁଛୁ। ଏଥିପାଇଁ ଆମେ ଏକାଠି କାମ କରିବୁ। କୋଭିଡ-୧୯ ଉଭୟ ଭାରତ ଓ ଆମେରିକାରେ ବ୍ୟାପକ କ୍ଷତି ଘଟାଇଛି। ମହାମାରୀ ସମୟରେ ଭାରତ ଆମକୁ କରିଥିବା ସହାୟତାକୁ ଆମେ କେବେ ହେଲେ ଭୁଲି ପାରିବୁ ନାହିଁ। ଆଜି ଭାରତକୁ ସହଯୋଗ କରିବାକୁ ସୁଯୋଗ ମିଳିଥିବାରୁ ଆମେ ସମସ୍ତେ ଗର୍ବିତ ବୋଲି ବ୍ଲିନକେନ କହିଛନ୍ତି। ଅନ୍ୟପକ୍ଷରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଆମେରିକା ସବୁବେଳେ ଟିକା ତିଆର ପାଇଁ ଆବଶ୍ୟକ ସାମଗ୍ରୀର ସପ୍ଲାଇ ଭାରତକୁ ଜାରି ରଖିବାକୁ ସହମତ ହୋଇଛି। ଶସ୍ତାରେ ସାରା ବିଶ୍ୱରେ ଟିକା ଉପଲବ୍ଧ ହେବାର ଗୁରୁତ୍ୱ ବିଷୟରେ ଆଲଚନା କରାଯାଛି। ଆମର ଆଶା ଆମେରିକା ସବୁବେଳେ ଭାରତୀୟ ଯାତ୍ରୀଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବ। ଦୁଇ ଦେଶ ସବୁ ବେଳେ ଟିକାର ଉପଲବ୍ଧତା ଓ ଉତ୍ପାଦନ ଦିଗରେ ମିଳିତ ଭାବେ କାମ କରିବେ ବୋଲି ରାଜି ହୋଇଥିବା ଜୟଶଙ୍କର ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି