Masthead

କୋଭିଡ ବିରୋଧରେ ଲଢେଇ ପାଇଁ ଭାରତକୁ ସହେଯାଗ : ଆମେରିକା

Help India to fight Covid: US

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ଭାରତକୁ ଆମେରିକାର ସହାୟତା । କୋଭିଡ଼ ବିରୋଧରେ ଲଢେଇ ପାଇଁ ଭାରତକୁ ସହେଯାଗ କରିବ ଆମେରିକା । ଆମେରିକା ୨୫ ମିଲିୟନ ଡଲାରର ଭାରତକୁ ସହାୟତା ଘୋଷଣା କରିଛି । ଭାରତରେ ମହାମାରୀ କରୋନା ବିରୋଧରେ ଚାଲିଥିବା ଟିକାକରଣ ଅଧିକ ତ୍ୱାରାନ୍ୱିତ କରିବାକୁ । ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନ୍‌ ଭାରତୀୟ ପ୍ରତିପକ୍ଷଙ୍କ ସହ ବୈଠକ କରିବା ପରେ ଏପରି ସହାୟତା ଘୋଷଣା କରିଛନ୍ତି। ସେ କହିଛନ୍ତି, କୋଭିଡ-୧୯ ସହାୟତା ବାବଦରେ ଆମେରିକା ୨୦୦ ମିଲିୟନ ଡଲାର ଖର୍ଚ୍ଚ କରି ସାରିଛି ।

ଏବେ ଆମେରିକା ସରକାର ବନ୍ଧୁ ଭାରତ ପାଇଁ ଅତିରିକ୍ତ ୨୫ ମିଲିୟନ ଡଲାରର ସହାୟତା ପଠାଇବେ। ସମଗ୍ର ଭାରତରେ ଚାଲିଥିବା ଟିକାକରଣରେ ଏହି ଖର୍ଚ୍ଚ କରାଯିବ। ଟିକା ସପ୍ଲାଇ ଚେନ୍‌କୁ ଅଧିକ ସୁଦୃଢ଼ କରାଯାଇ ଲୋକଙ୍କୁ ଜୀବନ ବଞ୍ଚାଇବାରେ ଏହା ସହାୟକ ହେବ। ଲଜିଷ୍ଟିକ, ଟିକାକୁ ନେଇ ହେଉଥିବା ଅପପ୍ରଚାର, ଟିକା ନେବାକୁ କୁଣ୍ଠାବୋଧ ପ୍ରକାଶ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଭଳି କାର୍ୟ୍ୟରେ ଏହା ବିନିଯୋଗ କରାଯିବ। ଆମେ ଭାରତ ଓ ଆମେରିକାରେ ମହାମାରୀର ଅନ୍ତ କରିବାକୁ ଚାହୁଁଛୁ। ଏଥିପାଇଁ ଆମେ ଏକାଠି କାମ କରିବୁ। କୋଭିଡ-୧୯ ଉଭୟ ଭାରତ ଓ ଆମେରିକାରେ ବ୍ୟାପକ କ୍ଷତି ଘଟାଇଛି। ମହାମାରୀ ସମୟରେ ଭାରତ ଆମକୁ କରିଥିବା ସହାୟତାକୁ ଆମେ କେବେ ହେଲେ ଭୁଲି ପାରିବୁ ନାହିଁ। ଆଜି ଭାରତକୁ ସହଯୋଗ କରିବାକୁ ସୁଯୋଗ ମିଳିଥିବାରୁ ଆମେ ସମସ୍ତେ ଗର୍ବିତ ବୋଲି ବ୍ଲିନକେନ କହିଛନ୍ତି। ଅନ୍ୟପକ୍ଷରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଆମେରିକା ସବୁବେଳେ ଟିକା ତିଆର ପାଇଁ ଆବଶ୍ୟକ ସାମଗ୍ରୀର ସପ୍ଲାଇ ଭାରତକୁ ଜାରି ରଖିବାକୁ ସହମତ ହୋଇଛି। ଶସ୍ତାରେ ସାରା ବିଶ୍ୱରେ ଟିକା ଉପଲବ୍ଧ ହେବାର ଗୁରୁତ୍ୱ ବିଷୟରେ ଆଲଚନା କରାଯାଛି। ଆମର ଆଶା ଆମେରିକା ସବୁବେଳେ ଭାରତୀୟ ଯାତ୍ରୀଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବ। ଦୁଇ ଦେଶ ସବୁ ବେଳେ ଟିକାର ଉପଲବ୍ଧତା ଓ ଉତ୍ପାଦନ ଦିଗରେ ମିଳିତ ଭାବେ କାମ କରିବେ ବୋଲି ରାଜି ହୋଇଥିବା ଜୟଶଙ୍କର ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ