Masthead

ବ୍ରିଟିଶ ବର୍ବରତାର ମୁକସାକ୍ଷୀ ରକ୍ତତୀର୍ଥ ଇରମ

ବାସୁଦେବପୁର(ବଡ଼ ଖବର ବ୍ୟୁରୋ): ଇରମ । ରକ୍ତତୀର୍ଥ ଇରମ । ଓଡ଼ିଶା କାହିଁକି ସମଗ୍ର ରାଜ୍ୟରେ ଭଦ୍ରକ ଜିଲ୍ଲାର ଇରମ ଇଂରେଜଙ୍କ ବର୍ବରତାର ମୁକସାକ୍ଷୀ । ଠିକ ୭୯ବର୍ଷ ତଳେ ଆଜିର ଦିନରେ ପୂର୍ଣ୍ଣ ସ୍ୱାଧୀନତା ଦାବିରେ ଏଠାରୁ ହିଁ ଶୁଭିଥିଲା ବଜ୍ର ନିନାଦ । ବ୍ରିଟିଶର ନାଲି ଆଖି ଆଗରେ ହାରି ନଥିଲେ ସଂଗ୍ରାମୀ । ୧୯୪୨ ସେପ୍ଟେମ୍ବର ୨୮ ତାରିଖ । ଗାନ୍ଧୀଙ୍କ ଅହିଂସା ମନ୍ତ୍ରରେ ଉଦବୁଦ୍ଧ ହୋଇ ଇରମର ମେଳନ ପଡିଆରେ ଏକଜୁଟ ହୋଇଥିଲେ ଶହ ଶହ ସଂଗ୍ରାମୀ । ବ୍ରିଟିଶ ବିରୋଧୀ ସ୍ଲୋଗାନରେ ପ୍ରକମ୍ପିତ ହୋଇଥିଲା ଇରମ ।

ବିପ୍ଳବର ଲେଲିହାଲ ଶିଖା ହୁତୁ ହୁତୁ ହୋଇ ଜଳିଥିଲା । ଜୀବନ ଥିବା ପର୍ଯ୍ୟନ୍ତ ବ୍ରିଟିଶ ବିରୋଧରେ ଲଢେଇ ଜାରି ରହିବ ବୋଲି ନିରସ୍ତ୍ର ସଂଗ୍ରାମୀ ଶପଥ ନେଇଥିଲେ । ସହି ପାରିନଥିଲା ବ୍ରିଟିଶ ସେନା । କରିଥିଲା ଆଖିବୁଜା ଗୁଳି । ଭାରତମାତା କି ଜୟ ଧ୍ୱନି ଦେଇ ଟଳିପଡ଼ିଥିଲେ ୨୯ଜଣ ସଂଗ୍ରାମୀ । ଆହତ ହୋଇଥିଲେ ୫୬ଜଣ। ଏମାନଙ୍କ ମଧ୍ୟରେ ଥିଲେ ଜଣେ ମହିଳା ।

ସଂଗ୍ରାମୀଙ୍କ ରକ୍ତରେ ଇରମ ମାଟି ଲାଲ ହୋଇଯାଇଥିଲା । ସ୍ୱାଧୀନତା ପାଇଁ ସଂଗ୍ରାମୀଙ୍କ ସେଦିନ ବଳିଦାନ ବ୍ୟର୍ଥ ଯାଇନି । ଦେଶ ସ୍ୱାଧୀନ ହେଲା । ଆଉ ଚିରଦିନ ପାଇଁ ଅମର ହୋଇଯାଇଛନ୍ତି ଏହି ସ୍ୱାଧୀନତା ସଂଗ୍ରାମୀମାନେ । ସେମାନଙ୍କ ବଳିଦାନ ଆଗାମୀ ପିଢିକୁ ଦେଶପ୍ରେମର ମନ୍ତ୍ର ବାଣ୍ଟି ଚାଲିଛି । ପ୍ରତିବର୍ଷ ଆଜିର ଦିନରେ ରକ୍ତତୀର୍ଥ ଇରମରେ ପାଳିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି