Masthead

ବେଗୁନିଆପଡ଼ାରେ ଆରମ୍ଭ ହେଲା ଦୁର୍ଗାପୂଜା

ବେଗୁନିଆପଡ଼ା, (ବଡ଼ ଖବର ବ୍ୟୁରୋ): କରୋନା କଟକଣା ଭିତରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ଦୁର୍ଗା ପୂଜା । ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବସଷ୍ଟାଣ୍ଡ ଠାରେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ମା ଙ୍କ ପୂଜା ହେଉଥିବା ବେଳେ ଚଳିତ ବର୍ଷ କରୋନା ଯୋଗୁଁ ପ୍ରଶାସନର ଗାଇଡ୍ ଲାଇନ୍ ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପୂଜାର ନୀତିକାନ୍ତିଠାରୁ ଆରମ୍ଭ କରି ମୂର୍ତ୍ତି ବିସର୍ଜନ ପର୍ୟ୍ୟନ୍ତ ସବୁକିଛି ନିରାଡ଼ମ୍ବର ହେବ ବୋଲି ପୂଜାକମିଟି ପକ୍ଷରୁ ସୂଚନା ମିଳିଛି।

ଚଳିତବର୍ଷ କୋଭିଡ -୧୯ ନିୟମ ଅନୁଯାୟୀ ଦୁର୍ଗାପୂଜା ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ୪ ଫୁଟ୍‌ର ମୃଣ୍ମୟ ମୂର୍ତ୍ତି ନିର୍ମାଣ ହୋଇଛି । ମଣ୍ଡପର ତିନି ପଟୁ ବନ୍ଦ କରାଯାଇ ପୂଜା କରାଯାଉଥିବା ବେଳେ ପୂଜା ପାଇଁ ସର୍ବାଧିକ ୭ ଜଣ ସେବାୟତ ରହିବେ ବୋଲି କୁହାଯାଇଛି । ସେହିପରି ଭକ୍ତଙ୍କୁ ଦର୍ଶନ ମନା ହୋଇଛି । ଗୁରୁବାର ମା ଙ୍କ ସପ୍ତମୀ ପୂଜା ହୋଇଥିବା ବେଳେ ମା ଙ୍କ ପାଖରେ ଲଡୁଭୋଗ ଅର୍ପଣ କରାଯାଇଥିଲା । ପୂଜା କମିଟି ସଭାପତି କେ. କ୍ରିଷ୍ଣାମୁର୍ତ୍ତି ପାତ୍ର, ସଂପାଦକ ଶଂକର ପଣ୍ଡା, ନିଲୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୂଜାକାର୍ୟ୍ୟ ପରିଚାଳନା କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ