Masthead

‘ଟଙ୍କା ଦିଅ ରକ୍ତ ନିଅ’

ବାରିପଦା (ବଡ଼ ଖବର ବ୍ୟୁରୋ): ‘ରକ୍ତଦାନ ମହତଦାନ’ । ରକ୍ତ ଅଭାବରୁ ଯେଭଳି କାହାର ମୃତ୍ୟୁ ନହେଉ ସେଥିଲାଗି ବିଭିନ୍ନ ସ୍ଥାନରେ ‘ଜୀବନବିନ୍ଦୁ’ ଭଳି ରକ୍ତଦାନ ଶିବିର କରାଯାଉଛି । କିନ୍ତୁ ଅସହାୟ ଲୋକଙ୍କୁ ରକ୍ତ ଦରକାର ପଡିଲେ ମେଡିକାଲରେ କର୍ମଚାରୀମାନେ ନେଉଛନ୍ତି ମନଇଛା ଟଙ୍କା । ଟଙ୍କା ନଦେଲେ ମିଳୁନାହିଁ ରକ୍ତ । ଏମିତିକି ରକ୍ତ ଅଭାବରୁ ଅନେକଙ୍କ ଜୀବନ ବାଜିରେ ଲାଗିଥିବାର ନଜିର ମଧ୍ୟ ରହିଛି ।

କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟର ରାକ୍ତଭଣ୍ଡାରୁରୁ ରକ୍ତ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଛି । କାର୍ଯ୍ୟରତ କର୍ମଚାରୀ ପ୍ରଦୀପ କୁମାର ବେହେରାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ରାଜକିଶୋର ମୁର୍ମୁ । ରକ୍ତକୁ ପନ୍ଦରଶହ ଟଙ୍କାରେ ବିକ୍ରି କରୁଥିବାର ଭିଡିଓ ନଜରକୁ ଆସିଥିଲେ ସୁଦ୍ଧା ଏହାକୁ ଅସ୍ୱୀକାର କରିଛନ୍ତି ପ୍ରଦୀପ । ରାଜକିଶୋରଙ୍କ ଆଇମା’ଙ୍କର ଏ ପଜେଟିଭ ରକ୍ତ ଆବଶ୍ୟକ ହେଉଥିଲା । ରକ୍ତ ନଥିବା କହି ମେଡ଼ିକାଲ କର୍ତ୍ତୃପକ୍ଷ ପ୍ରଥମେ ମନା କରିଦେଇଥିଲେ । ପରେ ପ୍ରଦୀପ ରକ୍ତ ଦେବାର ପ୍ରତିଶ୍ରୁତି ଦେଇଥିଲେ । ରକ୍ତଭଣ୍ଡାରରୁ ରକ୍ତ ଆଣି ପନ୍ଦରଶହ ଟଙ୍କାରେ ରକ୍ତ ବିକ୍ରି କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଘଟଣାରେ ରକ୍ତଭଣ୍ଡାର ମୁଖ୍ୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ