Masthead

ଗେହଲଟଙ୍କ ସମର୍ଥନରେ ୧୦୦ ବିଧାୟକ: ହରିଶ ଚୌଧୁରୀ

ଜୟପୁର(ବଡ଼ ଖବର ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସହ ୧୦୦ରୁ ଅଧିକ ବିଧାୟକ ରହିଥିବା ରାହୁଲ ଗାନ୍ଧିଙ୍କ କନିଷ୍ଠ ସହଯୋଗୀ ତଥା ହରିଶ ଚୌଧରୀ ଦାବି କରଛନ୍ତି । ରାଜସ୍ଥାନ ସରକାରରେ ରାଜସ୍ୱ ମନ୍ତ୍ରୀ ହରିଶ ଚୌଧୁରୀ ଏ ନେଇ ଦାବି କରିଛନ୍ତି । ତେବେ ସେ କହିଛନ୍ତି ଯେ, ପଞ୍ଜାବର ବିଧାୟକମାନେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ବିରୋଧ କରିଥିଲେ । ଆଉ ଏବେ ରାଜସ୍ଥାନରେ ୧୦୦ରୁ ଅଧିକ ବିଧାୟକ ଗେହେଲଟଙ୍କୁ ସମର୍ଥନ କରୁଛନ୍ତି । ତେଣୁ ରାଜସ୍ଥାନରେ ପଞ୍ଜାବ ଭଳି ସ୍ଥିତି ସୃଷ୍ଟି ହେବନି ବୋଲି ସେ କହିଛନ୍ତି । ପଞ୍ଜାବ କଂଗ୍ରେସରେ ଏବେ ସୃଷ୍ଟି ହୋଇଥିବା ହଟଚମଟର ପ୍ରଭାବ ଏବେ ରାଜସ୍ଥାନରେ ଦେଖିବାକୁ ମିଳିଛି ।

ତେବେ ସେପଟେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ବିଦା କରାଯିବା ପ୍ରଶ୍ନରେ ମନ୍ତ୍ରୀ ହରିଶ ଚୌଧୁରୀ କହିଛନ୍ତି, କଂଗ୍ରେସ କ୍ୟାପ୍ଟେନଙ୍କୁ ଅନେକ କିଛି ଦେଇଛି । ଦଳରେ କ୍ୟାପ୍ଟେନଙ୍କୁ କେହି ଅପମାନିତ କରିନାହାଁନ୍ତି । ଦଳର ବିଧାୟକ ମାନେ ହିଁ ପରିବର୍ତ୍ତନ ପାଇଁ ଦାବି କରିଥିଲେ । କଂଗ୍ରେସରେ ସମସ୍ତଙ୍କୁ ନିଜର ମତ ରଖିବା ପାଇଁ ଅନୁମତି ଦିଆଯାଏ । ସେ ଆହୁରି କହିଛନ୍ତି ପଞ୍ଜାବରେ ଗଣତାନ୍ତ୍ରିକ ଉପାୟରେ ପରିବର୍ତ୍ତନ ହୋଇଛି। ସୂଚନା ଅନୁଯାୟୀ ନିକଟରେ ସଚୀନ ପାଇଲଟ କଂଗ୍ରେସର ନେତା ରାହୁଲ ଗାନ୍ଧିଙ୍କୁ ଭେଟିବା ସମ୍ପକରେ ମନ୍ତ୍ରୀ ହରିଶ ଚୌଧୁରୀ କହିଛନ୍ତି , ମୁଁ ଜାଣିନି ପାଇଲଟ କେତେଥର ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଭେଟିଛନ୍ତି । ସେ କଂଗ୍ରେସର ସଦସ୍ୟ ତେଣୁ ସେ ନିଜ ଇଚ୍ଛାରେ ସାକ୍ଷାତ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼