Masthead

ଗେହଲଟଙ୍କ ସମର୍ଥନରେ ୧୦୦ ବିଧାୟକ: ହରିଶ ଚୌଧୁରୀ

ଜୟପୁର(ବଡ଼ ଖବର ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସହ ୧୦୦ରୁ ଅଧିକ ବିଧାୟକ ରହିଥିବା ରାହୁଲ ଗାନ୍ଧିଙ୍କ କନିଷ୍ଠ ସହଯୋଗୀ ତଥା ହରିଶ ଚୌଧରୀ ଦାବି କରଛନ୍ତି । ରାଜସ୍ଥାନ ସରକାରରେ ରାଜସ୍ୱ ମନ୍ତ୍ରୀ ହରିଶ ଚୌଧୁରୀ ଏ ନେଇ ଦାବି କରିଛନ୍ତି । ତେବେ ସେ କହିଛନ୍ତି ଯେ, ପଞ୍ଜାବର ବିଧାୟକମାନେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ବିରୋଧ କରିଥିଲେ । ଆଉ ଏବେ ରାଜସ୍ଥାନରେ ୧୦୦ରୁ ଅଧିକ ବିଧାୟକ ଗେହେଲଟଙ୍କୁ ସମର୍ଥନ କରୁଛନ୍ତି । ତେଣୁ ରାଜସ୍ଥାନରେ ପଞ୍ଜାବ ଭଳି ସ୍ଥିତି ସୃଷ୍ଟି ହେବନି ବୋଲି ସେ କହିଛନ୍ତି । ପଞ୍ଜାବ କଂଗ୍ରେସରେ ଏବେ ସୃଷ୍ଟି ହୋଇଥିବା ହଟଚମଟର ପ୍ରଭାବ ଏବେ ରାଜସ୍ଥାନରେ ଦେଖିବାକୁ ମିଳିଛି ।

ତେବେ ସେପଟେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ବିଦା କରାଯିବା ପ୍ରଶ୍ନରେ ମନ୍ତ୍ରୀ ହରିଶ ଚୌଧୁରୀ କହିଛନ୍ତି, କଂଗ୍ରେସ କ୍ୟାପ୍ଟେନଙ୍କୁ ଅନେକ କିଛି ଦେଇଛି । ଦଳରେ କ୍ୟାପ୍ଟେନଙ୍କୁ କେହି ଅପମାନିତ କରିନାହାଁନ୍ତି । ଦଳର ବିଧାୟକ ମାନେ ହିଁ ପରିବର୍ତ୍ତନ ପାଇଁ ଦାବି କରିଥିଲେ । କଂଗ୍ରେସରେ ସମସ୍ତଙ୍କୁ ନିଜର ମତ ରଖିବା ପାଇଁ ଅନୁମତି ଦିଆଯାଏ । ସେ ଆହୁରି କହିଛନ୍ତି ପଞ୍ଜାବରେ ଗଣତାନ୍ତ୍ରିକ ଉପାୟରେ ପରିବର୍ତ୍ତନ ହୋଇଛି। ସୂଚନା ଅନୁଯାୟୀ ନିକଟରେ ସଚୀନ ପାଇଲଟ କଂଗ୍ରେସର ନେତା ରାହୁଲ ଗାନ୍ଧିଙ୍କୁ ଭେଟିବା ସମ୍ପକରେ ମନ୍ତ୍ରୀ ହରିଶ ଚୌଧୁରୀ କହିଛନ୍ତି , ମୁଁ ଜାଣିନି ପାଇଲଟ କେତେଥର ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଭେଟିଛନ୍ତି । ସେ କଂଗ୍ରେସର ସଦସ୍ୟ ତେଣୁ ସେ ନିଜ ଇଚ୍ଛାରେ ସାକ୍ଷାତ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?