Masthead

ମହନ୍ତ ନରେନ୍ଦ୍ର ଗିରି ଓଡ଼ିଆ

ଭୋଗରାଇ(ବଡ଼ ଖବର ବ୍ୟୁରୋ): ପ୍ରୟାଗରାଜ ବାଗାମ୍ବରୀ ମଠର ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜୋରଧରିଛି। ଏହାରି ଭିତରେ ଏକ ରୋଚକ ଖବର ସାମ୍ନାକୁ ଆସିଛି। ମହନ୍ତ ନରେନ୍ଦ୍ର ଗିରି ଜଣେ ଓଡ଼ିଆ । ତାଙ୍କ ଜନ୍ମସ୍ଥାନ ବାଲେଶ୍ବର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ପାଣିଷଣ୍ଡା ଗ୍ରାମ ବୋଲି ପରିବାର ଲୋକେ ଦାବି କରିଛନ୍ତି ।  ପାଣିଷଣ୍ଡା ଗ୍ରାମର ସନାତନ ଗିରି ଓ ରମାମଣି ଗିରିଙ୍କ ଛଅ ଜଣ ପୁଅ ଝିଅଙ୍କ ମଧ୍ୟରୁ ନରେନ୍ଦ୍ର ଥିଲେ ସବୁଠାରୁ ବଡ଼ । ନରେନ୍ଦ୍ରଙ୍କର ଆଉ ଦୁଇ ଭାଇ ଲକ୍ଷ୍ମୀକାନ୍ତ ଗିରି ଓ ପୂର୍ଣ୍ଣଚନ୍ଦ୍ର ଗିରି ଏବେ ନିଜ ଗାଁ ପଣିଷଣ୍ଡାରେ ରହୁଛନ୍ତି । ତିନି ଭଉଣୀ ବାସନ୍ତୀ ବେହେରା , ଗୁରୁବାରୀ ଜେନାଓ ସନିଆ ପାତ୍ର ।

୫୨ ବର୍ଷ ତଳେ କୌଣସି ଏକ କାରଣରୁ ଗାଁ ଏବଂ ପରିବାର ଛାଡ଼ି ବାହାରକୁ ପଳାଇ ଯାଇଥିଲେ ନରେନ୍ଦ୍ର । ତା ‘ ପରେ ପରିବାର ଲୋକ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ପ୍ରାୟ ୧୦ ବର୍ଷ ତଳେ ବାଗାମ୍ବରୀ ମଠର ମହନ୍ତ ହେବା ପୂର୍ବରୁ ସେ ନିଜ ଗାଁକୁ ଆସିଥିଲେ । ଗାଁରେ ପ୍ରାୟ ୧୫ ଦିନ ରହି ମଠକୁ ଫେରିଥିଲେ । ମହନ୍ତ ଦାୟିତ୍ବ ମିଳିବା ପରେ ସେ ଆଉ ପରିବାର ବା ଗାଁକୁ ଆସି ପାରିବେ ନାହିଁ ବୋଲି କହି ଯାଇଥିଲେ ବୋଲି ଭାଇ ପୂର୍ଣ୍ଣଚନ୍ଦ୍ର ଗିରି କୁହନ୍ତି। ପ୍ରକାଶଯୋଗ୍ୟ , ଅଖିଳ ଭାରତୀୟ ଅକ୍ଷର ପରିଷଦର ସଭାପତି ତଥା ବାଗାମ୍ବରୀ ମଠର ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ତାଙ୍କ କୋଠରୀ ଭିତରୁ ଠାବ କରାଯାଇଥିଲା । ଏଭଳିକି ମୃତ୍ୟୁ ଶଯ୍ୟା ନିକଟରୁ ଏକ ମୃତ୍ୟୁକାଳୀନ ଲିଖିତ ଜମାନବନ୍ଦୀ ମଧ୍ୟ ପୁଲିସ ଉଦ୍ଧାର କରିଥିଲା । ଏହି ଘଟଣାକୁ ନେଇ ଉତ୍ତର ପ୍ରଦେଶ ପୁଲିସ ଏବଂ ସିବିଆଇ ଖୋଳତାଡ଼ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ