Masthead

ଅଜିତ୍ ଡୋଭାଲଙ୍କୁ ଭେଟିଲେ ଅମରିନ୍ଦର ସିଂ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପଞ୍ଜାବ ରାଜନୀତିରେ ହାଇଡ୍ରାମା । ପଞ୍ଜାବରେ ଚାଲିଥିବା ରାଜନୈତିକ ଅସ୍ତିରତା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ନୂଆଦିଲ୍ଲୀରେ ଅଛନ୍ତି । ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି । ଅମରିନ୍ଦର ସିଂ ଓ ଅଜିତ ଡୋଭାଲଙ୍କ ସାକ୍ଷାତକାର ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ, ନବଜୋତ୍ ସିଂ ସିଦ୍ଧୁଙ୍କ ପାକିସ୍ତାନ ସହ ସମ୍ପର୍କକୁ ନେଇ ପୂର୍ବତନ ସିଏମ୍ ପ୍ରଶ୍ନ ଉଠାଇଛନ୍ତି ।

କ୍ୟାପଟେନ୍ ଅମରିନ୍ଦର ସିଂ କହିଛନ୍ତି ଯେ, ପଞ୍ଜାବରେ ନବଜୋତ ସିଂ ସିଦ୍ଧୁ କୌଣସି ଉଚ୍ଚ ପଦବୀରେ ଅବସ୍ଥାପିତ ନୁହଁନ୍ତି, କାରଣ ଇମ୍ରାନ ଖାନ୍ ଏବଂ ପାକିସ୍ତାନ ସେନା ମୁଖ୍ୟ କମାଣ୍ଡର କାମାର ବାଜୱାଙ୍କ ତାଙ୍କର ବନ୍ଧୁ ଅଟନ୍ତି । ଗତକାଲି କ୍ୟାପଟେନ ଅମରିନ୍ଦର ସିଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ତାଙ୍କୁ ଭେଟିବା ସମୟରେ ସେ କହିଛନ୍ତି ଯେ, ନୂତନ କୃଷି ଆଇନ ବିଷୟରେ ଆଲୋଚନା କରିଛନ୍ତି । କୃଷକମାନଙ୍କ ଦାବିକୁ ଖୁବଶୀଘ୍ର ସମାଧାନ କରିବାକୁ ଦାବି କରିଛନ୍ତି ଅମରିନ୍ଦର ସିଂ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା