Masthead

ଟାଟା ନିଷ୍ପତିକୁ ଓଇଆରସିଙ୍କ ସମ୍ମତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ବିରୋଧରେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଦଖଲ ହୋଇଥିବା ରିଭ୍ୟୁ ପିଟିସନ ଖାରଜ ହୋଇଛି । ପଟିସନରେ ଅନେକ ତ୍ରୁଟି ଥିବା ଦେଖାଇ ଆୟୋଗ ଏହାକୁ ଖାରଜ କରିଦେଇଛନ୍ତି । ଦର ବୃଦ୍ଧି ନିର୍ଦ୍ଦେଶାନାମାରେ ପୁନଃ ସମୀକ୍ଷା ବଦଳରେ ପିଟିସନ ଏକ ଅପିଲ ବୋଲି ଆୟୋଗ କହିଛନ୍ତି । ଯାହାଦ୍ୱାରା ଦର ବୃଦ୍ଧି ବଳବତ୍ତର ରହିଛି । ଦରବୃଦ୍ଧି ବିରୋଧରେ ଆନନ୍ଦ ମହାପାତ୍ର ଓଇଆରସିଙ୍କ ନିକଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ପରେ ବିଭିନ୍ନ ପକ୍ଷର ଶୁଣାଣି କରାଯାଇଥିଲା ।

ପରବର୍ତ୍ତୀ ସମୟରେ ବିଦ୍ୟୁତ ଆଇନ ୨୦୦୩, ଟାରିଫ ପଲିସି ଜାତୀୟ ନୀତି ଓ ଅନ୍ୟ ରେଗୁଲେସନ ବିଚାରକୁ ନିଆଯାଇ ବୃଦ୍ଧି ଘୋଷଣା କରାଯାଇଛି । ପୂର୍ବରୁ ହୋଇଥିବା ନିର୍ଦ୍ଦେଶନାମାର ରିଭ୍ୟୁ କରିବା ଲାଗି ପିଟିସନରେ କୌଣସି ପ୍ରମାଣଯୋଗ୍ୟ ତଥ୍ୟ ନାହିଁ । ଆବେଦନକାରୀ ପିଟିସନ ତଥ୍ୟ ଆଧାରିତ ନୁହେଁ ବୋଲି ଆୟୋଗ ଦର୍ଶାଇଛନ୍ତି । ସେପଟେ କମିସନଙ୍କ ନିକଟରେ ଗ୍ରିଡକୋ ଓ ଓଟପିସିଏଲ ହୋଇଥିବା ଶୁଣାଣିର ରାୟ ଆସି ନଥିବା ଶ୍ରୀ ମହାପାତ୍ର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼