Masthead

ଏୟାର ଇଣ୍ଡିଆକୁ କିଣିଲା ଟାଟା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏୟାର ଇଣ୍ଡିଆକୁ କିଣିଲା ଟାଟା । ନିଲାମ ଜିତିଲା ଟାଟା ସନ୍ସ । ସରକାରୀରୁ ଘରୋଇ ହେଲା ଏୟାର ଇଣ୍ଡିଆ । ୨୩ ହଜାର କୋଟି ଟଙ୍କା କ୍ଷତିରେ ଚାଲୁଥିଲା ଏୟାର ଇଣ୍ଡିଆ । ୬୮ ବର୍ଷ ପରେ ପୁଣି ଟାଟା କମ୍ପାନୀ ପାଖକୁ ଫେରିଛି ଏୟାର ଇଣ୍ଡିଆ ।

ଏୟାର ଇଣ୍ଡିଆ ପାଇଁ ଟାଟା ଗ୍ରୁପ୍ ଓ ସ୍ପାଇସ ଜେଟ ନିଲାମ ଡାକିଥିଲେ । ଏଥିରେ ଭାଗ ନେଇଥିଲେ ଟାଟା ସନ୍ସ । ଜେଆରଡି ଟାଟା ୧୯୩୨ରେ ଟାଟା ଏୟାରଲାଇନ୍ସର ସ୍ଥାପନ କରିଥିଲେ । ୧୯୫୩ରେ ଏହାର ରାଷ୍ଟ୍ରିୟକରଣ କରାଯାଇଥିଲା । ୨୦୧୮ରେ ଏୟାର ଇଣ୍ଡିଆକୁ ଘରୋଇକରଣ କରିବା ପାଇଁ ସରକାର ପ୍ରୟାସ କରିଥିଲେ । କିନ୍ତୁ ଏଥିରେ ସଫଳ ହୋଇନଥିଲେ । କିନ୍ତୁ ଗତ ବର୍ଷ ଜାନୁଆରୀରୁ ପୁଣି ଥରେ ଏୟାର ଇଣ୍ଡିଆରୁ ଅଂଶଧନ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିଲେ କେନ୍ଦ୍ର ସରକାର । କିନ୍ତୁ ଏବେ ଏୟାର ଇଣ୍ଡିଆକୁ କିଣି ନୂଆ ମାଲିକ ବନିଛି ଟାଟା ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼