ସାଉଦି ଆରବର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାଉଦି ଆରବର ବଡ଼ ପଦକ୍ଷେପ । ପ୍ରଥମ ଥର ପାଇଁ ମହାକାଶକୁ ପଠାଇବ ମହିଳା ମହାକାଶଚାରୀ । ମହିଳା ମହାକାଶଚାରୀ ରାଇନା ବର୍ଣ୍ଣୱି ଏବଂ ଜଣେ ପୁରୁଷ ମହାକାଶଚାରୀ ଅଲି ଅଲକର୍ନିଙ୍କୁ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ବା ଆଇଏସ୍ଏସ୍କୁ ପଠାଇବ । ଉଭୟ ମହାକାଶଚାରୀମାନେ ଏଏକ୍ସ-୨ର କ୍ରୁରେ ଯୋଗଦେବେ । ଆମେରିକାକୁ ଉତକ୍ଷେପଣ ହେବାକୁ ଥିବା ଏଏକ୍ସ-୨ ସ୍ପେସ ମିଶନରେ ଉଭୟ ମହାକାଶଚାରୀ ଯୋଡି ହେବେ । ଏହି ମିଶନର ଉଦେ୍ଦଶ୍ୟ ହେଉଛି ମହାକାଶରେ ଦେଶର ଦକ୍ଷତା ବୃଦ୍ଧି କରିବା । ଏଥିସହ ସାଉଦି ଏକ ଶିଳ୍ପ ଭାବରେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି ।

ଭବିଷ୍ୟତର ସାଉଦି ମାନବ ସ୍ପେସ୍ ଫ୍ଲାଇଟ୍ କାର୍ୟ୍ୟକ୍ରମ ପାଇଁ ବର୍ଣ୍ଣୱି ଏବଂ ଅଲକର୍ନି ବ୍ୟତୀତ ଅନ୍ୟ ଦୁଇଜଣ ମହାକାଶଚାରୀ, ମରିୟମ୍ ଫିରଡସ୍ ଏବଂ ଅଲି ଆଲଗାମଡିଙ୍କୁ ତାଲିମ ଦିଆଯାଉଛି। ସାଉଦି ମହାକାଶ ଆୟୋଗର ଚେୟାରମ୍ୟାନ୍ ଅବଦୁଲ୍ଲା ଅଲ-ସ୍ୱାହା ମହାକାଶ କାର୍ୟ୍ୟକ୍ରମକୁ ସମର୍ଥନ କରିବା ପାଇଁ କହିଛନ୍ତି । ସାଉଦି ମହାକାଶ କାର୍ୟ୍ୟକ୍ରମରେ ଏହି ମିଶନ ଏକ ପ୍ରମୁଖ ମାଇଲଖୁଣ୍ଟ ଅଟେ ଜ୍ଝ ଏହା ସାଉଦି ମାନବ ସ୍ପେସ୍ ଫ୍ଲାଇଟ୍ ଉତକ୍ଷେପଣ କରିବା, ବୈଜ୍ଞାନିକ ପରୀକ୍ଷଣ କରିବା ଏବଂ ସାଉଦିର ୨୦୩୦ ସ୍ପେସ୍ ଭିଜନ୍ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛି । ସେପ୍ଟେମ୍ବର ୨୦୨୨ ରେ, ସାଉଦି ସ୍ପେସ୍ ଅଥରିଟି ମହାକାଶଚାରୀଙ୍କ ପାଇଁ ଏହି କାର୍ୟ୍ୟକ୍ରମ ଆରମ୍ଭ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’