Masthead

ଅମରିନ୍ଦର ବିଜେପି ନେତାମାନଙ୍କୁ ସହଯୋଗ କରୁଛନ୍ତି: ହରିଶ ରାୱତ

ଚଣ୍ଡିଗଡ଼ (ବଡ଼ ଖବର ବ୍ୟୁରୋ): ପଞ୍ଜାବରେ ଲାଗି ରହିଛି କନ୍ଦଳ । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କଂଗ୍ରେସ ଛାଡ଼ିବା ଘୋଷଣା ପରେ ରାଜନୀତି ସରଗରମ ହୋଇଛି । କଂଗ୍ରେସର ବରିଷ୍ଠ ନେତାମାନେ କ୍ୟାପଟେନଙ୍କୁ ବୁଝାଇଥିଲେ । କିନ୍ତୁ ବୁଝାବଣା ବିଫଳ ହୋଇଥିଲା । ଯାହାକୁ ନେଇ କଂଗ୍ରେସ ଏବଂ କ୍ୟାପଟେନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । କଂଗ୍ରେସ ଅମରିନ୍ଦରଙ୍କ ବିରୋଧରେ ସିଧାସଳଖ ଅଭିଯୋଗ ଆଣଛି ।

ଅମରିନ୍ଦର ବିଜେପି ନେତାମାନଙ୍କୁ ସହଯୋଗ କରୁଛନ୍ତି ବୋଲି କଂଗ୍ରେସ ନେତା ହରିଶ ରାୱତ କହିଛନ୍ତି । ସେ କହିଛନ୍ତି, କଂଗ୍ରେସ ସବୁବେଳେ କ୍ୟାପଟେନ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କୁ ସମ୍ମାନ ଦେଇଛନ୍ତି । ଅମରିନ୍ଦରଙ୍କୁ ଅପମାନ ଦିଆଯାଇଥିବା ଭିତ୍ତିହୀନ ବୋଲି କହିଛନ୍ତି । ସେ ବିଜେପି କୁ ସହଯୋଗ କରୁଛନ୍ତି ବୋଲି କହିଛନ୍ତି । ରାୱତ କହିଛନ୍ତି ପଞ୍ଜାବରେ ୪୩ କଂଗ୍ରେସ ବିଧାୟକ ସିଏଲପି ବୈଠକ ଦାବି କରିଥିଲେ । କିନ୍ତୁ ଅମରିନ୍ଦର ଏଥିରେ ରାଜି ହୋଇନଥିଲେ ।

ଅମରିନ୍ଦର ନିଜ ବାସଭବନରୁ ଉଭୟ ସରକାର ଏବଂ ଦଳର ପରିଚାଳନା କରୁଥିଲେ । ତେବେ ଅମରିନ୍ଦରଙ୍କୁ କେବେ ବି ଅପମାନ ଦିଆଯାଇନି ବୋଲି ରାୱତ କହିଛନ୍ତି । ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ହେଉ ଅମରିନ୍ଦର ବିଜେପିକୁ ସହୋଯୋଗ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି