ଅମରିନ୍ଦର ବିଜେପି ନେତାମାନଙ୍କୁ ସହଯୋଗ କରୁଛନ୍ତି: ହରିଶ ରାୱତ

ଚଣ୍ଡିଗଡ଼ (ବଡ଼ ଖବର ବ୍ୟୁରୋ): ପଞ୍ଜାବରେ ଲାଗି ରହିଛି କନ୍ଦଳ । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କଂଗ୍ରେସ ଛାଡ଼ିବା ଘୋଷଣା ପରେ ରାଜନୀତି ସରଗରମ ହୋଇଛି । କଂଗ୍ରେସର ବରିଷ୍ଠ ନେତାମାନେ କ୍ୟାପଟେନଙ୍କୁ ବୁଝାଇଥିଲେ । କିନ୍ତୁ ବୁଝାବଣା ବିଫଳ ହୋଇଥିଲା । ଯାହାକୁ ନେଇ କଂଗ୍ରେସ ଏବଂ କ୍ୟାପଟେନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । କଂଗ୍ରେସ ଅମରିନ୍ଦରଙ୍କ ବିରୋଧରେ ସିଧାସଳଖ ଅଭିଯୋଗ ଆଣଛି ।

ଅମରିନ୍ଦର ବିଜେପି ନେତାମାନଙ୍କୁ ସହଯୋଗ କରୁଛନ୍ତି ବୋଲି କଂଗ୍ରେସ ନେତା ହରିଶ ରାୱତ କହିଛନ୍ତି । ସେ କହିଛନ୍ତି, କଂଗ୍ରେସ ସବୁବେଳେ କ୍ୟାପଟେନ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କୁ ସମ୍ମାନ ଦେଇଛନ୍ତି । ଅମରିନ୍ଦରଙ୍କୁ ଅପମାନ ଦିଆଯାଇଥିବା ଭିତ୍ତିହୀନ ବୋଲି କହିଛନ୍ତି । ସେ ବିଜେପି କୁ ସହଯୋଗ କରୁଛନ୍ତି ବୋଲି କହିଛନ୍ତି । ରାୱତ କହିଛନ୍ତି ପଞ୍ଜାବରେ ୪୩ କଂଗ୍ରେସ ବିଧାୟକ ସିଏଲପି ବୈଠକ ଦାବି କରିଥିଲେ । କିନ୍ତୁ ଅମରିନ୍ଦର ଏଥିରେ ରାଜି ହୋଇନଥିଲେ ।

ଅମରିନ୍ଦର ନିଜ ବାସଭବନରୁ ଉଭୟ ସରକାର ଏବଂ ଦଳର ପରିଚାଳନା କରୁଥିଲେ । ତେବେ ଅମରିନ୍ଦରଙ୍କୁ କେବେ ବି ଅପମାନ ଦିଆଯାଇନି ବୋଲି ରାୱତ କହିଛନ୍ତି । ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ହେଉ ଅମରିନ୍ଦର ବିଜେପିକୁ ସହୋଯୋଗ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ