Masthead

ଆରପିଏଫ କନେଷ୍ଟବଳଙ୍କ ମାଡରେ ମହିଳା ଇଂଜିନିୟର ଆହତ

ରାଉରକେଲା(ବଡ଼ ଖବର ବ୍ୟୁରୋ):   ଆରପିଏଫ କନେଷ୍ଟବଳଙ୍କ ମାଡରେ ଜଣେ ମହିଳା ଇଂଜିନିୟର ଗୁରୁତ୍ୱର । ଏ ନେଇ ମହିଳା ଜଣଙ୍କ ରାଉରକେଲା ଜିଆରପି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମହିଳା ଜଣଙ୍କ ହେଉଛନ୍ତି ଅନିତା ରାଜ। ଆରପିଏଫ କନେଷ୍ଟବଳ ଜଣଙ୍କ ହେଲେ ଅଜିତ କୁମାର ନାୟକ ।

ସୂଚନା ଅନୁଯାୟୀ ମହିଳା ଜଣଙ୍କ ଗତକାଲି ଗୀତାଞ୍ଚଳି ଏକ୍ସପ୍ରେସରେ ବେଙ୍ଗାଲୋରର ଧରୁଆଡାରୁ ହାୱାଡା ଯାତ୍ରା କରୁଥିଲେ । ତେବେ ତାଙ୍କ ପାଖରେ ଟିକେଟ ନଥିଲା । କନେଷ୍ଟବଳ ଜଣଙ୍କ ତାଙ୍କୁ ଟିକଟେ ଦେଖାଇବା ପାଇଁ କହିଥିଲେ । କିନ୍ତୁ ତାଙ୍କ ପାଖରେ ଟିକେଟ ନଥିବାରୁ କନେଷ୍ଟବଳ ଓ ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ କନେଷ୍ଟବଳ ଜଣଙ୍କ ତାଙ୍କୁ ମାଡ ମାରିଥିଲେ । ମାଡ ମାରି ତାଙ୍କ ମୁଣ୍ଡ ଫଟାଇଦେଇଛନ୍ତି ଆରପିଏଫ । ଇଂଜିନିୟର ଅନିତା ଦାସ କହିଛନ୍ତି, ମୋ ପାଖରେ ଟଙ୍କା ନଥିବାରୁ ଟିକେଟ କିଣି ପାରିନଥିଲି । ବିନା ଟିକେଟରେ ମୁଁ ସିଟରେ ବସି ପଡିଥିଲି ।

ଏହି ସମୟରେ ଆରିଏଫ କନେଷ୍ଟବଳ ମୋତେ ଟିକେଟ ଦେଖାଇବା ପାଇଁ କହିଥିଲେ । ମୋ ପାଖରେ ଟିକେଟ ନଥିବାରୁ ମୋତେ ସେ ମାଡ ମାରିଥିଲେ । ଫଳରେ ମୋ ମୁଣ୍ଡ ଫାଟିଯାଇଥିଲା । ତେବେ ଏଥିରେ ରାଉକେଲାର ଜିଆରପି ଥାନା ଅଧିକାରୀ ରଞ୍ଜନ ପଟ୍ଟନାୟକ କହିଛନ୍ତି , ମହିଳା ଇଂଜିନିୟରଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ