Masthead

ଆରପିଏଫ କନେଷ୍ଟବଳଙ୍କ ମାଡରେ ମହିଳା ଇଂଜିନିୟର ଆହତ

ରାଉରକେଲା(ବଡ଼ ଖବର ବ୍ୟୁରୋ):   ଆରପିଏଫ କନେଷ୍ଟବଳଙ୍କ ମାଡରେ ଜଣେ ମହିଳା ଇଂଜିନିୟର ଗୁରୁତ୍ୱର । ଏ ନେଇ ମହିଳା ଜଣଙ୍କ ରାଉରକେଲା ଜିଆରପି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମହିଳା ଜଣଙ୍କ ହେଉଛନ୍ତି ଅନିତା ରାଜ। ଆରପିଏଫ କନେଷ୍ଟବଳ ଜଣଙ୍କ ହେଲେ ଅଜିତ କୁମାର ନାୟକ ।

ସୂଚନା ଅନୁଯାୟୀ ମହିଳା ଜଣଙ୍କ ଗତକାଲି ଗୀତାଞ୍ଚଳି ଏକ୍ସପ୍ରେସରେ ବେଙ୍ଗାଲୋରର ଧରୁଆଡାରୁ ହାୱାଡା ଯାତ୍ରା କରୁଥିଲେ । ତେବେ ତାଙ୍କ ପାଖରେ ଟିକେଟ ନଥିଲା । କନେଷ୍ଟବଳ ଜଣଙ୍କ ତାଙ୍କୁ ଟିକଟେ ଦେଖାଇବା ପାଇଁ କହିଥିଲେ । କିନ୍ତୁ ତାଙ୍କ ପାଖରେ ଟିକେଟ ନଥିବାରୁ କନେଷ୍ଟବଳ ଓ ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ କନେଷ୍ଟବଳ ଜଣଙ୍କ ତାଙ୍କୁ ମାଡ ମାରିଥିଲେ । ମାଡ ମାରି ତାଙ୍କ ମୁଣ୍ଡ ଫଟାଇଦେଇଛନ୍ତି ଆରପିଏଫ । ଇଂଜିନିୟର ଅନିତା ଦାସ କହିଛନ୍ତି, ମୋ ପାଖରେ ଟଙ୍କା ନଥିବାରୁ ଟିକେଟ କିଣି ପାରିନଥିଲି । ବିନା ଟିକେଟରେ ମୁଁ ସିଟରେ ବସି ପଡିଥିଲି ।

ଏହି ସମୟରେ ଆରିଏଫ କନେଷ୍ଟବଳ ମୋତେ ଟିକେଟ ଦେଖାଇବା ପାଇଁ କହିଥିଲେ । ମୋ ପାଖରେ ଟିକେଟ ନଥିବାରୁ ମୋତେ ସେ ମାଡ ମାରିଥିଲେ । ଫଳରେ ମୋ ମୁଣ୍ଡ ଫାଟିଯାଇଥିଲା । ତେବେ ଏଥିରେ ରାଉକେଲାର ଜିଆରପି ଥାନା ଅଧିକାରୀ ରଞ୍ଜନ ପଟ୍ଟନାୟକ କହିଛନ୍ତି , ମହିଳା ଇଂଜିନିୟରଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା