Masthead

ଲଖିମପୁର ହିଂସା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ) : ରବିବାର ଉତ୍ତର ପ୍ରଦେଶର ଲଖିମପୁର ଖେରୀ ହିଂସାରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ସୋମବାର ସେମାନଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଯାହାର ରିପୋର୍ଟ ସାମ୍ନାକୁ ଆସିଛି । ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସମ୍ନାକୁ ଆସିଛି ଯେ ଘୋସାରିବା ଯୋଗୁଁ କେତେ ଜଣଙ୍କର ମୃତ୍ୟୁ ହୋଇଛି । ଆଉ କେତେକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ରିପୋର୍ଟରୁ କୌଣସି ଗୁଳି ବାଜିବା ଉଲ୍ଲେଖ କରାଯାଇନାହିଁ ।

ସେପଟେ ମୃତ ୮ ଜଣଙ୍କ ମଧ୍ୟରେ ୪ ଜଣ ଚାଷୀ ଥିବା ବେଳେ ଆଉ ୪ ଜଣେ ବିଜେପି କର୍ମୀ ରହିଛନ୍ତି । ସେହିପରି ସ୍ଥାନୀୟ ସାମ୍ବାଦିକ ରମଣ କଶ୍ୟପ ମଧ୍ୟ ହିଂସାକାଣ୍ଡରେ ଜୀବନ ହରାଇଛନ୍ତି। ଲକ୍ଷ୍ମୀପୁର ଖେରୀରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏଥିସହ ସେଠାରେ ଗୁଳିକାଣ୍ଡ ଘଟିଥିବା ମଧ୍ୟ କୁହାଯାଇଥିଲା। ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟରେ ୮ ଜଣଙ୍କ ମଧ୍ୟରୁ କେହି ବି ଗୁଳି ମାଡ଼ରେ ପ୍ରାଣ ହରାଇ ନଥିବା ସ୍ପଷ୍ଟ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର