Masthead

ଆସୁଛି ଲଘୁଚାପ, ଫିକା ପଡ଼ିବ ପାର୍ବଣ !

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ  ): ଆସନ୍ତା ୨୪ ଘଣ୍ଟା ଭିତରେ ଫିଲିଫାଇନସ୍‌ର ପଶ୍ଚିମରେ ଗଭୀର ଅବପାତ  ବାତ୍ୟା ରୂପ ନେବ। ଏହା ଦକ୍ଷିଣ ଚୀନ୍‌ ସାଗର ଅତିକ୍ରମ କରି ଭିଏତନାମ ଉପକୂଳରେ ସ୍ୱଳ୍ପ ବର୍ଷା କରିବ । ଏହାର ଅବଶିଷ୍ଟ ଅଂଶ ମିଆଁମାର ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏହା କ୍ରମଶଃ ଘନୀଭୂତ ହୋଇ ପ୍ରଥମେ ଉତ୍ତର ପଶ୍ଚିମ ଦିଗରେ ଯିବ । ପୁଣି ଏହା ଅଧିକ ଘନୀଭତ ହୋଇ ପଶ୍ଚିମ ଦିଗରେ ଯିବ ଓ ଆନ୍ଧ୍ର ଉପକୂଳକୁ ମୁହାଁଇବ । ଏହାର ପ୍ରଭାବରେ ରାଜ୍ୟରେ କିଛି ଅଂଶରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ପାର୍ବଣ ଆଗକୁ ଥିବାରୁ ଏହାର ପ୍ରଭାବ ମଧ୍ୟ ପଡ଼ିପାରେ। ତେବେ ରାଜ୍ୟରେ ଅଧିକ ପବନର ସମ୍ଭାବନା ନାହିଁ । ତେବେ ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ  ଡ. ସୁରେନ୍ଦ୍ରନାଥ ପଶୁପାଳକ।

https://twitter.com/mcbbsr/status/1445660790141292544?s=20

ସାଧାରଣତଃ ଅକ୍ଟୋବର ମାସରେ ଅଧିକ ବାତ୍ୟା ହୁଏ । ଆସନ୍ତା ଅକ୍ଟୋବର ୧୫, ୧୬ ଓ ୧୭ ତାରିଖରେ ଉପକୂଳ ଓଡ଼ିଶାରେ ଭାରି ବର୍ଷା ହୋଇପାରେ ବୋଲି ଆକଳନ କରିଯାଇଛି। ପୁଣି କେନ୍ଦ୍ରୀୟ ବଙ୍ଗୋପସାଗର ଓ ବାୟୁମଣ୍ଡଳର ପରିସ୍ଥିତି ଆନ୍ଧ୍ରରେ ସୃଷ୍ଟ ଅବପାତକୁ ଅଧିକ ଘନୀଭୂତ କରିବା ପାଇଁ ପାଗ ଅନୁକୂଳ ରହୁଛି । ତେବେ ଯଦି ଏହା ସମୁଦ୍ରରେ ୫ ଦିନରୁ ଅଧିକ ରହିବ ଏହା ବଳଶାଳୀ ହୋଇ ବାତ୍ୟା ରୂପ ନେବ । କିନ୍ତୁ ଏହା ଗୁଲାବ ପରି ଅପେକ୍ଷାକୃତ ଛୋଟ ବାତ୍ୟା ହେବ ବୋଲି ପ୍ରାଥମିକ ଆକଳନ କହୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି