Masthead

ପୂଜା ଆଡମ୍ବରକୁ ବାଟ ଓଗାଳୁଛି କଟକଣା

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସବର । ଦେବୀଙ୍କ ଆବାହନ କେବଳ ଯେ ପୂଜା ମଣ୍ଡପରେ ଅନୁଭୂତି ହୋଇଥାଏ ତାହାନୁହେଁ ଦେବୀଙ୍କୁ ଆରାଧନା ଓ ସ୍ୱାଗତ କରିବା ପାଇଁ ପ୍ରକୃତି ଠାରୁ ମାନବ ସମାଜ ସଦା ତତ୍ପର । ପ୍ରକୃତି ଆଉ ସୃଜନକୁ ଭାରତୀୟ ସଂସ୍କୃତି ଓ ଦର୍ଶନ ଶାସ୍ତ୍ରରେ ମାତୃରୂପ ପ୍ରଦାନ କରାଯାଇଛି । ଦୁର୍ଗା ପୂଜା କହିଲେ ଓଡିଆ ପରମ୍ପରାରେ ଏକ ବଡ ପର୍ବ । ଆଉ ଦିନ କେଇଟା ପରେ ପାଳନ ହେବାକୁ ଯାଉଛି ଦୁର୍ଗା ପୂଜା । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ତଥା ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରାଯିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଚାନ୍ଦବାଲି ଓ ତିହିଡି ଅଞ୍ଚଳରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ମହାଳୟା ଠାରୁ ମା’ଙ୍କ ପୂଜା ବିଧି ଚଳଚଞ୍ଚଳ ହୋଇଯାଇଛି । ବ୍ଲକର ସର୍ବ ପୂରାତନ ପୀଠ ଭାବେ ଘଣ୍ଟେଶ୍ୱର,ଚାନ୍ଦବାଲିର ପୀରହାଟ ବାରବାଟିଆ ଦୁର୍ଗାପୂଜା ବେଶ ପରିଚିତ । ମା’ଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ବିଗତ ୧୫ ପୁରୁଷ ଧରି ଏଠାରେ ମା’ଙ୍କ ପୂଜା ପାଳିତ ହୋଇ ଆସୁଛି । ସବୁଠୁ ନିଆରା ପରମ୍ପରା ଭାବେ ଏଠାରେ ହଜାର ହଜାର ସଂଖ୍ୟାରେ ଆଟିକା ଭୋଗ ଲାଗିବାର ପରମ୍ପରା ରହିଛି । ସୁବାଷ ସାହୁଙ୍କ ହସ୍ତ ଶିଳ୍ପୀଙ୍କ ଆନ୍ତରିକତା ଓ ମୂର୍ତ୍ତି ନିର୍ମାଣ ଶୈଳୀରେ ଆଜିଯାଏଁ କୌଣସି ବ୍ୟତିକ୍ରମ ବା ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ ।

ମା’ଙ୍କ କରୁଣାରୁ ସେ ଆଜିଯାଏଁ ଏକ ନିର୍ଦ୍ଦିଷ୍ଟ ଆକୃତିର ଜୀବନ୍ତ ନମନୀୟ ମୂର୍ତ୍ତି ନିର୍ମାଣ କରିବାରେ ସମର୍ଥ ହେଉଛନ୍ତି ବୋଲି କୁହାଯାଏ । ଏହି ପୀଠରେ ଦୁର୍ଗା ପୂଜା ବ୍ୟତିତ ପ୍ରତିମାସ ଚଣ୍ଡି ପାଠ ଓ ନିୟମିତ ପୂଜା କରାଯାଇଥାଏ । ଏକ ନିର୍ଦ୍ଦିଷ୍ଟ ନୀତି ନିୟମ ଓ ପରମ୍ପରା ଅନୁଯାଇ ଏହି ପୂଜା ପାଳିତ ହେଉଛି । ସେହିପରି ଚନ୍ଦ୍ରକାଟବିନ୍ଧା, ନାଉରିଆ ପୋଖରୀ, ମୁଟୁରୀଗଡ, ସିନ୍ଦୋଳ ରଥସାହି, ରାଜନଗର ପଞ୍ଚାୟତର ଚାରିତରଫ ଆଦି ସ୍ଥାନରେ ମା’ଙ୍କର ପୂଜା ପାଳନ କରାଯିବାର ସୂଚନା ମିଳିଛି ।ସାର୍ବଜନିନ ଦୁର୍ଗାପୂଜା ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ