୧୪ ଦିନିଆ ରିମାଣ୍ଡରେ ଗଲେ ୬ ଆତଙ୍କବାଦୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗତକାଲି ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରୀକୁ ପଂଡୁର କରି ୬ ଜଣ ଆତଙ୍କବାଦୀଙ୍କୁ ସ୍ପେଶାଲ ସ୍କ୍ୱାଡ଼ ଗିରଫ କରିଥିଲା । ଗିରଫ ହୋଇଥିବା ୬ ଆତଙ୍କବାଦୀଙ୍କୁ ଆଜି ରିମାଣ୍ଡରେ ନିଆଯାଇଥିବାର ସୂଚନା ମିଳିଛି । ତେବେ ମହମ୍ମଦ ଶେଖ, ଓସାମା, ମୁଲଚନ୍ଦ ଏବଂ ମହମ୍ମଦ ଅବୁ ବକରଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଯାଇଛି । ଅପରପକ୍ଷରେ ଏହି ମାମଲାରେ ଆଉ ଦୁଇ ଜଣ ଆତଙ୍କବାଦୀ ଜିସାନ କମର ଏବଂ ଆମିର ଜାବେଦଙ୍କୁ ଆଜି କୋର୍ଟରେ ହାଜର କରାଯିବ । କେବଳ ଏତିକି ନୁହେଁ ବରଂ ଗିରଫ ହୋଇଥିବା ୪ ଆତଙ୍କବାଦୀଙ୍କୁ ବର୍ତ୍ତମାନ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲକୁ ହସ୍ତାନ୍ତର କରାଯାଇଛି ।

ଏମାନଙ୍କ ମଧ୍ୟରୁ ୨ ଜଣ ଆତଙ୍କବାଦୀ ପାକିସ୍ତାନରୁ ଟ୍ରେନିଂ ନେଇଥିବାର କଥା ସାମ୍ନାକୁ ଆସିଛି । ଏହି ଅଭିଯୁକ୍ତମାନଙ୍କୁ ୟୁପି, ମହାରାଷ୍ଟ୍ର ଏବଂ ଦିଲ୍ଲୀରୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ହୋଇଛି । ଅନ୍ୟପଟେ ଏହି ସବୁ ଆତଙ୍କବାଦୀମାନେ ଦିଲ୍ଲୀ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରେ ବଡ଼ ଧରଣର ଆକ୍ରମଣ କରିଥିବାର ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ