Masthead

୧୪ ଦିନିଆ ରିମାଣ୍ଡରେ ଗଲେ ୬ ଆତଙ୍କବାଦୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗତକାଲି ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରୀକୁ ପଂଡୁର କରି ୬ ଜଣ ଆତଙ୍କବାଦୀଙ୍କୁ ସ୍ପେଶାଲ ସ୍କ୍ୱାଡ଼ ଗିରଫ କରିଥିଲା । ଗିରଫ ହୋଇଥିବା ୬ ଆତଙ୍କବାଦୀଙ୍କୁ ଆଜି ରିମାଣ୍ଡରେ ନିଆଯାଇଥିବାର ସୂଚନା ମିଳିଛି । ତେବେ ମହମ୍ମଦ ଶେଖ, ଓସାମା, ମୁଲଚନ୍ଦ ଏବଂ ମହମ୍ମଦ ଅବୁ ବକରଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଯାଇଛି । ଅପରପକ୍ଷରେ ଏହି ମାମଲାରେ ଆଉ ଦୁଇ ଜଣ ଆତଙ୍କବାଦୀ ଜିସାନ କମର ଏବଂ ଆମିର ଜାବେଦଙ୍କୁ ଆଜି କୋର୍ଟରେ ହାଜର କରାଯିବ । କେବଳ ଏତିକି ନୁହେଁ ବରଂ ଗିରଫ ହୋଇଥିବା ୪ ଆତଙ୍କବାଦୀଙ୍କୁ ବର୍ତ୍ତମାନ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲକୁ ହସ୍ତାନ୍ତର କରାଯାଇଛି ।

ଏମାନଙ୍କ ମଧ୍ୟରୁ ୨ ଜଣ ଆତଙ୍କବାଦୀ ପାକିସ୍ତାନରୁ ଟ୍ରେନିଂ ନେଇଥିବାର କଥା ସାମ୍ନାକୁ ଆସିଛି । ଏହି ଅଭିଯୁକ୍ତମାନଙ୍କୁ ୟୁପି, ମହାରାଷ୍ଟ୍ର ଏବଂ ଦିଲ୍ଲୀରୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ହୋଇଛି । ଅନ୍ୟପଟେ ଏହି ସବୁ ଆତଙ୍କବାଦୀମାନେ ଦିଲ୍ଲୀ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରେ ବଡ଼ ଧରଣର ଆକ୍ରମଣ କରିଥିବାର ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ