Masthead

ଲଖିମପୁର ହିଂସା, ଆଜି ହାଜର ହୋଇପାରନ୍ତି ଆଶିଷ ମିଶ୍ରା

ଲଖିମପୁର (ବଡ଼ ଖବର ବ୍ୟୁରୋ): ଲଖିମପୁର ଖେରୀ ହିଂସା ମାମଲାରେ ଆଜି ପୋଲିସ ସାମ୍ନାରେ ହାଜର ହେବେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରା । ଗତକାଲି ତାଙ୍କୁ ପୋଲିସ ସାମ୍ନାରେ ହାଜର ହେବାକୁ ସମୟ ଦିଆଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପୋଲିସ ନିକଟରେ ହାଜର ହୋଇନଥିଲେ ଆଶିଷ ମିଶ୍ରା । ଏହାରି ଭିତରେ ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ତାଙ୍କ ପୁଅକୁ ନିର୍ଦ୍ଦୋଶ ବୋଲି କହିଛନ୍ତି । ଏହାସହ ସେ ଗଣମାଧ୍ୟମକୁ କହିଛନ୍ତି, ଆମକୁ କାନୁନ ଉପରେ ସମ୍ପୂର୍ଣ୍ଣ ଭରସା ଅଛି ।

ମୋ ପୁଅ ନିର୍ଦ୍ଦୋଶ । ତାକୁ ଗୁରୁବାର ପୋଲିସ ନିକଟରେ ହାଜର ହେବାକୁ ନୋଟିସ ମିଳିଥିଲା । କିନ୍ତୁ ତାର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ସେଥିପାଇଁ ସେ ଶନିବାର ଅର୍ଥାତ୍ ଆଜି ପୋଲିସ ନିକଟରେ ହାଜର ହୋଇ ନିର୍ଦ୍ଦୋଶ ବୋଲି ପ୍ରମାଣ ଦେବେ । ସେପଟେ ଏହି ହିଂସା ମାମଲାକୁ ନେଇ ସରଗରମ ହୋଇଛି ରାଜନୀତି । ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ବିରୋଧି କହିଛନ୍ତି, ଯେ ପର୍ଯ୍ୟନ୍ତ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ପଦରୁ ଅଜୟ ମିଶ୍ରା ଇସ୍ତଫା ଦେଇନାହାନ୍ତି, ସେ ପର୍ଯ୍ୟନ୍ତ ସଠିକ ଭାବେ ତଦନ୍ତ ହେବ ନାହିଁ ।

ତେଣୁ ସେ ତୁରନ୍ତ ତାଙ୍କ ପଦବୀରୁ ଇସ୍ତଫା ଦିଅନ୍ତୁ । ସେପଟେ ଏହି ମାମଲାରେ ଗତକାଲି ସୁପ୍ରିମକୋର୍ଟ ଏପର୍ଯ୍ୟନ୍ତ ଦୋଷୀକୁ ଗିରଫ ନ କରିବା କାରଣରୁ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ହିଂସା ମାମଲାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ସନ୍ତୋଷଜନକ ନୁହେଁ । ହତ୍ୟା ଅଭିଯୁକ୍ତଙ୍କୁ ଧରିବା ପାଇଁ ଏମିତି ସମନ କରାଯାଏ କି ବୋଲି ପ୍ରଶ୍ନ ପଚାରିଥିଲେ ସର୍ବୋଚ୍ଚ ଅଦାଲତ । ଏହାସହ ତଦନ୍ତ ବେଳେ କୌଣସି ପ୍ରମାଣ ଯେମିତି ନଷ୍ଟ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଡିଜିପିଙ୍କୁ ପରାମର୍ଶ ଦେଇଛନ୍ତି କୋର୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ