Masthead

ବିଜେପି ଜାତୀୟ କାର୍ଯ୍ୟନିର୍ବାହୀ ପଦରୁ ହଟି ବାୟୋରୁ ବିଜେପି ହଟାଇଲେ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବିଜେପି ନେତା ସୁବ୍ରମଣିୟମ ସ୍ୱାମୀ । ଦଳରେ ରହି ଦଳର ସଦସ୍ୟ ମାନଙ୍କ କାର୍ଯ୍ୟକଳାପକୁ ସିଧାସଳଖ ସମାଲୋଚନା ମଧ୍ୟ କରନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ପଲିସିକୁ ବି ଖୋଲାଖୋଲି ବିରୋଧ କରନ୍ତି ସୁବ୍ରମଣିୟମ । ତେବେ ଏବେ ପୁଣି ରାଜନୀତିରେ ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛନ୍ତି ସୁବ୍ରମଣିୟମ । ତାଙ୍କୁ ବିଜେପି ଜାତୀୟ କାର୍ଯ୍ୟନିର୍ବାହୀ ପଦରୁ ହଟାଯିବା ପରେ ସ୍ୱାମୀ ତାଙ୍କ ଟ୍ୱିଟର ବାୟୋ ଚେଞ୍ଜ କରିଛନ୍ତି ।

ପଦରୁ ହଟି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ଯଦିଓ, କିନ୍ତୁ ବାୟା ପରିବର୍ତ୍ତନ କରି ଏକ କଡା ସମ୍ବାଦ ଦେଇଛନ୍ତି । ଟ୍ୱିଟରରେ ସକ୍ରିୟ ଥିବା ସୁବ୍ରମଣିୟମ ଆଗରୁ ବାୟାରେ ବିଜେପି ମେନସନ କରିଥିଲେ । ଆଉ ବର୍ତ୍ତମାନ ଏହାକୁ ହଟାଇଦେଇଛନ୍ତି । ତେବେ ଦଳ ବିରୋଧରେ ମନ୍ତବ୍ୟ ଦେଉଥିବାରୁ ତାଙ୍କୁ ଜାତୀୟ କାର୍ଯ୍ୟନିର୍ବାହୀ ପଦରୁ ହଟାଇଦିଆଯାଇଥିବା କୁହାଯାଉଛି ।

ସ୍ୱାମୀ ନିକଟରେ ଅର୍ଥନୀତି, ଚୀନ୍ ଅନୁପ୍ରବେଶ ଏବଂ କରୋନା ଜୀବାଣୁ ଦ୍ୱାରା ଦ୍ୱିତୀୟ ମହାମାରୀ ସମ୍ବନ୍ଧରେ ମୋଦି ସରକାରଙ୍କ ନୀତି ଉପରେ ପ୍ରଶ୍ନ କରିଥିଲେ । ସେ ଟ୍ୱିଟ୍ କରି କହିଛନ୍ତି ଯେ ‘୨୦୧୬ ପରଠାରୁ ବିପର୍ଯ୍ୟସ୍ତ ଅର୍ଥନୀତି ପାଇଁ କେହି ଦାୟୀ ନୁହଁନ୍ତି କିମ୍ବା ୧୯୯୩ ରେ ଏଲଏସି ଚୁକ୍ତିନାମାକୁ ଉଲ୍ଲଂଘନ କରିବା ବନ୍ଦ କରି ନାହାଁନ୍ତି । କରୋନାର ଦ୍ୱିତୀୟ ଲହର ସମୟରେ ସେ ଭାଙ୍ଗି ପଡିଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ମୋଦି ସରକାରଙ୍କୁ ଘେରି ରହିଥିଲେ । ସେ ଟ୍ୱିଟ କରି କହିଛନ୍ତି ଯେ କରୋନାର ଅନ୍ୟ ଏକ ପ୍ରକାରର ମୁକାବିଲା ପାଇଁ ଉଦ୍ଧାର ଯୋଜନା ପ୍ରସ୍ତୁତ କରି ନ ଥିବାରୁ କେହି ଦାୟିତ୍ୱ ଗ୍ରହଣ କରି ନାହାଁନ୍ତି କି?

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!