ଜାନୁଆରୀରେ ବିଜେଡି ସାଙ୍ଗଠନିକ ନିର୍ବାଚନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ଭିତରେ ଲାଗିରହିଛି ମତାନ୍ତର । ପୁଣି ଥରେ ଉଠିବାକୁ ଦଳ କରିଛି ପ୍ରୟାସ । ଜାନୁଆରୀରେ ବିଜେଡି ସାଙ୍ଗଠନିକ ନିର୍ବାଚନ । ବିଭିନ୍ନ ପଦପଦବୀ ଦେବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏବେ ଚାଲିଛି ସଭ୍ୟ ସଂଗ୍ରହ ଅଭିଯାନ । ଡିସେମ୍ବର ୨୧ ସୁଦ୍ଧା ଟାର୍ଗେଟ ହାସଲ କରିବାକୁ ସୂଚନା । ସବୁ ଜିଲ୍ଲାରୁ ରିପୋର୍ଟ ଆସିବା ପରେ ସଭାପତିଙ୍କୁ ତଥ୍ୟ ଦେବେ ସମନ୍ୱୟ କମିଟି ଅଧ୍ୟକ୍ଷ । ୨୪ ଜଣ ପ୍ରାଥମିକ ସଦସ୍ୟରେ ଜଣେ ରହିବେ ସକ୍ରିୟ ସଦସ୍ୟ । ୱାର୍ଡ କମିଟି ଅନେକ ସ୍ଥାନରେ ଗଠନ ସରିଲାଣି ।

ଏଭଳି କହିଛନ୍ତି ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚ୍ଚୀ ନାୟକ । ପରାଜୟ ପରେ ଦିନକୁ ଦିନ ତଳମୁହାଁ ବିଜେଡି । ରାଜ୍ୟସଭା ସାଂସଦ ଛାଡୁଛନ୍ତି ପାର୍ଟି । କିଛି ବିଧାୟକ ମଧ୍ୟ ଦଳ ଛାଡିବା ଆଲୋଚନା ହେଲାଣି । ଏହାରି ଭିତରେ ବିଜେଡି ସଭାପତିଙ୍କ କାର୍ଯ୍ୟଶୈଳୀକୁ ନେଇ ଉଠିଲାଣି ପ୍ରଶ୍ନ । ଦଳ ଯଦି ପରାଜୟ ବରଣ କରିଛି ତାହେଲେ ପାଣ୍ଡିଆନଙ୍କ ପାଇଁ କୁହାଯାଉଛି । ଆଉ ପାଣ୍ଡିଆନକୁ ସୁଯୋଗ ଦେଉଛନ୍ତି ନବୀନ ।

ଯାହା ଫଳରେ ଦଳର ଗ୍ରାଫ୍ ତଳମୁହାଁ ହେଉଛି । ସମସ୍ତ ଦିଗକୁ ବିଚାରକୁ ନେଇ କିଛି ବରିଷ୍ଠ ନେତା ଭିତରେ ଭିତରେ କହିବା ଆରମ୍ଭ କଲେଣି ଯେ ଏଥର ନବୀନ ନୁହେଁ ସଭାପତି ଅନ୍ୟ କେହି ହୁଅନ୍ତୁ । ନୂଆ କାହାକୁ ପଳର ସୁପ୍ରିମୋ କରିବାକୁ ଦାବି କରିବା ଅଭାସ ମିଳିଲାଣି । ସମୟ କହିବ ନବୀନ ନୂଆ ଟିମ୍ ନେଇ ପଂଚାୟତ ନିର୍ବାଚନକୁ ଓହ୍ଲାଉଛନ୍ତି ନା ସେହି ପୁରୁଣା ଟମରେ କାମ ଚଳାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ