Masthead

ଜାନୁଆରୀରେ ବିଜେଡି ସାଙ୍ଗଠନିକ ନିର୍ବାଚନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ଭିତରେ ଲାଗିରହିଛି ମତାନ୍ତର । ପୁଣି ଥରେ ଉଠିବାକୁ ଦଳ କରିଛି ପ୍ରୟାସ । ଜାନୁଆରୀରେ ବିଜେଡି ସାଙ୍ଗଠନିକ ନିର୍ବାଚନ । ବିଭିନ୍ନ ପଦପଦବୀ ଦେବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏବେ ଚାଲିଛି ସଭ୍ୟ ସଂଗ୍ରହ ଅଭିଯାନ । ଡିସେମ୍ବର ୨୧ ସୁଦ୍ଧା ଟାର୍ଗେଟ ହାସଲ କରିବାକୁ ସୂଚନା । ସବୁ ଜିଲ୍ଲାରୁ ରିପୋର୍ଟ ଆସିବା ପରେ ସଭାପତିଙ୍କୁ ତଥ୍ୟ ଦେବେ ସମନ୍ୱୟ କମିଟି ଅଧ୍ୟକ୍ଷ । ୨୪ ଜଣ ପ୍ରାଥମିକ ସଦସ୍ୟରେ ଜଣେ ରହିବେ ସକ୍ରିୟ ସଦସ୍ୟ । ୱାର୍ଡ କମିଟି ଅନେକ ସ୍ଥାନରେ ଗଠନ ସରିଲାଣି ।

ଏଭଳି କହିଛନ୍ତି ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚ୍ଚୀ ନାୟକ । ପରାଜୟ ପରେ ଦିନକୁ ଦିନ ତଳମୁହାଁ ବିଜେଡି । ରାଜ୍ୟସଭା ସାଂସଦ ଛାଡୁଛନ୍ତି ପାର୍ଟି । କିଛି ବିଧାୟକ ମଧ୍ୟ ଦଳ ଛାଡିବା ଆଲୋଚନା ହେଲାଣି । ଏହାରି ଭିତରେ ବିଜେଡି ସଭାପତିଙ୍କ କାର୍ଯ୍ୟଶୈଳୀକୁ ନେଇ ଉଠିଲାଣି ପ୍ରଶ୍ନ । ଦଳ ଯଦି ପରାଜୟ ବରଣ କରିଛି ତାହେଲେ ପାଣ୍ଡିଆନଙ୍କ ପାଇଁ କୁହାଯାଉଛି । ଆଉ ପାଣ୍ଡିଆନକୁ ସୁଯୋଗ ଦେଉଛନ୍ତି ନବୀନ ।

ଯାହା ଫଳରେ ଦଳର ଗ୍ରାଫ୍ ତଳମୁହାଁ ହେଉଛି । ସମସ୍ତ ଦିଗକୁ ବିଚାରକୁ ନେଇ କିଛି ବରିଷ୍ଠ ନେତା ଭିତରେ ଭିତରେ କହିବା ଆରମ୍ଭ କଲେଣି ଯେ ଏଥର ନବୀନ ନୁହେଁ ସଭାପତି ଅନ୍ୟ କେହି ହୁଅନ୍ତୁ । ନୂଆ କାହାକୁ ପଳର ସୁପ୍ରିମୋ କରିବାକୁ ଦାବି କରିବା ଅଭାସ ମିଳିଲାଣି । ସମୟ କହିବ ନବୀନ ନୂଆ ଟିମ୍ ନେଇ ପଂଚାୟତ ନିର୍ବାଚନକୁ ଓହ୍ଲାଉଛନ୍ତି ନା ସେହି ପୁରୁଣା ଟମରେ କାମ ଚଳାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ