Masthead

ଭୂତ ଖାଇଲା ପାଇଖାନା ଟଙ୍କା

ବାସୁଦେବପୁର (ବଡ଼ ଖବର ବ୍ୟୁରୋ): ଗାଁ ଗାଁ ହେବ ବାହ୍ୟ ମଳମୁକ୍ତ । ସରସ ସୁନ୍ଦର ହେବ ଗ୍ରାମ୍ୟ ପରିବେଶ । ସ୍ୱଚ୍ଛ ଭାରତ ଅଭିଯାନ ନାମରେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଖାଇଗଲେ ଶହ ଶହ ପାଇଖାନା । ଏସଏଚଜିକୁ ଢାଲ କରି ଉଠିଛି ଶହ ଶହ ପାଇଖାନାର ଫଲସ ବିଲ । ଭୂତଙ୍କ ନାମରେ ଖାଇଗଲେ ପାଇଖାନା । ନିର୍ମାଣ ନାମରେ ହୋଇଛି ହରିଲୁଟ । ଗୋଟିଏ ନୁହଁ କି ଦୁଇଟା ନୁହଁ ଘରେ ନାହିଁ ପାଇଖାନା ହେଲେ ହୋଇଛି ଘୋଟଲା ହୋଇଛି ୩୦ଲକ୍ଷରୁ ଅଧିକ ଟଙ୍କା ।

ହିତାଧିକାରୀଙ୍କ ପାଖରେ ପହଁଚିବା ପୂର୍ବରୁ ବର୍ଷ ବର୍ଷ ଧରି ଉଠା ଯାଉଛି ଟଙ୍କା । ବିରସ ଗ୍ରାମର ଖଗେଶ୍ୱର ବଳ । ତାଙ୍କ ବାପା ୨୦୧୯ ମସିହା ଫେବୃଆରୀ ମୃତ୍ୟୁ ବରଣ କରିଛନ୍ତି । ଭୂତଙ୍କ ନାମରେ ଉଠିଛି ପାଇ ଖାନା ଟଙ୍କା । ହେଲେ ପାଇଖାନା ନିର୍ମାଣ ପାଇଁ ଖଣ୍ଡେ ଇଟା ପଡିନାହିଁ କି ମୁଠେ ବାଲି ପଡିନାହିଁ । ସେହିପରି ବିରସ ଗ୍ରାମର ରାଜରନ୍ଦ୍ର ନାୟକ । ବାପା ଦିବାକର ନାୟକ ୫ବର୍ଷ ହେଲା ମୃତ୍ୟୁ ବରଣ କଲେଣି । ହେଲେ ତାଙ୍କ ନାମରେ ଉଠିଛି ପାଇଖାନା ଟଙ୍କା ।

ଏଠାରେ ପ୍ରଶ୍ନ ଊଠୁଛି ପାଇଖାନା ନିର୍ମାଣ ଶେଷ ହୋଇଥିବା ଦର୍ଶାଇ ୧୨ ହଜାର ଟଙ୍କା ଉଠାଯାଇଛି ହେଲେ ବାସ୍ତବରେ ପାଇଖାନରେ ଚିହ୍ନବର୍ଣ୍ଣ ନାହିଁ । ମରିବା ଲୋକର କେମିତି ଉଠିଲା ଫଟୋ । ତଦନ୍ତ ନକରି କନିଷ୍ଠ ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀ ବିଲ କଲେ କେମିତି । ବିଡିଓ ସରପ୍ରାଜ ଚେକିଙ୍ଗ ନକରି ବିଲରେ ଚୂଡାନ୍ତ ମୋହର ମାରିଲେ କେମିତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ