Masthead

ଭୂତ ଖାଇଲା ପାଇଖାନା ଟଙ୍କା

ବାସୁଦେବପୁର (ବଡ଼ ଖବର ବ୍ୟୁରୋ): ଗାଁ ଗାଁ ହେବ ବାହ୍ୟ ମଳମୁକ୍ତ । ସରସ ସୁନ୍ଦର ହେବ ଗ୍ରାମ୍ୟ ପରିବେଶ । ସ୍ୱଚ୍ଛ ଭାରତ ଅଭିଯାନ ନାମରେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଖାଇଗଲେ ଶହ ଶହ ପାଇଖାନା । ଏସଏଚଜିକୁ ଢାଲ କରି ଉଠିଛି ଶହ ଶହ ପାଇଖାନାର ଫଲସ ବିଲ । ଭୂତଙ୍କ ନାମରେ ଖାଇଗଲେ ପାଇଖାନା । ନିର୍ମାଣ ନାମରେ ହୋଇଛି ହରିଲୁଟ । ଗୋଟିଏ ନୁହଁ କି ଦୁଇଟା ନୁହଁ ଘରେ ନାହିଁ ପାଇଖାନା ହେଲେ ହୋଇଛି ଘୋଟଲା ହୋଇଛି ୩୦ଲକ୍ଷରୁ ଅଧିକ ଟଙ୍କା ।

ହିତାଧିକାରୀଙ୍କ ପାଖରେ ପହଁଚିବା ପୂର୍ବରୁ ବର୍ଷ ବର୍ଷ ଧରି ଉଠା ଯାଉଛି ଟଙ୍କା । ବିରସ ଗ୍ରାମର ଖଗେଶ୍ୱର ବଳ । ତାଙ୍କ ବାପା ୨୦୧୯ ମସିହା ଫେବୃଆରୀ ମୃତ୍ୟୁ ବରଣ କରିଛନ୍ତି । ଭୂତଙ୍କ ନାମରେ ଉଠିଛି ପାଇ ଖାନା ଟଙ୍କା । ହେଲେ ପାଇଖାନା ନିର୍ମାଣ ପାଇଁ ଖଣ୍ଡେ ଇଟା ପଡିନାହିଁ କି ମୁଠେ ବାଲି ପଡିନାହିଁ । ସେହିପରି ବିରସ ଗ୍ରାମର ରାଜରନ୍ଦ୍ର ନାୟକ । ବାପା ଦିବାକର ନାୟକ ୫ବର୍ଷ ହେଲା ମୃତ୍ୟୁ ବରଣ କଲେଣି । ହେଲେ ତାଙ୍କ ନାମରେ ଉଠିଛି ପାଇଖାନା ଟଙ୍କା ।

ଏଠାରେ ପ୍ରଶ୍ନ ଊଠୁଛି ପାଇଖାନା ନିର୍ମାଣ ଶେଷ ହୋଇଥିବା ଦର୍ଶାଇ ୧୨ ହଜାର ଟଙ୍କା ଉଠାଯାଇଛି ହେଲେ ବାସ୍ତବରେ ପାଇଖାନରେ ଚିହ୍ନବର୍ଣ୍ଣ ନାହିଁ । ମରିବା ଲୋକର କେମିତି ଉଠିଲା ଫଟୋ । ତଦନ୍ତ ନକରି କନିଷ୍ଠ ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀ ବିଲ କଲେ କେମିତି । ବିଡିଓ ସରପ୍ରାଜ ଚେକିଙ୍ଗ ନକରି ବିଲରେ ଚୂଡାନ୍ତ ମୋହର ମାରିଲେ କେମିତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ