Masthead

ହାପି ବାର୍ଥ ଡେ ବିଗ୍ ବି

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଜି ବଲିଉଡର ଶେହେନସା ଅମିତାଭ ବଚ୍ଚନଙ୍କ ବାର୍ଥ ଡେ । ୭୯ ବର୍ଷରେ ପାଦ ଥାପିଲେ ବଲିଉଡ ବାଦଶାହ । ଏହି ବୟସରେ ଏବେ ବି କୋଟି କୋଟି ଦର୍ଶକଙ୍କ ଦୃହୟରେ ରାଜ କରୁଛନ୍ତି ବିଗ ବି। ଆଜିର ଯୁବପୀଢିଙ୍କ ପାଇଁ ଆଇକନ ପାଲଟିଛନ୍ତି ଅମିତାଭ । ୧୯୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ବିଗ ବି। ତା ସହ ଅନେକ ସିରିଏଲ, ଟିଭି ଶୋ ଓ ମ୍ୟୁଜିକ ଆଲବମରେ ମଧ୍ୟ ନିଜର ଛାପ ଛାଡିଛନ୍ତି । ଅମିତାଭ ନିଜ ଜନ୍ମଦିନ ଅବସରରେ ନିଜର ଏକ ଫୋଟ ଟ୍ୱିଟରରେ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯବ ଷାଠା ତବ୍ ପାଠା , ଯବ ଅସି ତବ ଲସି । ତାଙ୍କର ଏହି ଟ୍ୱିଟର କ୍ୟାପସନ ତାଙ୍କ ଫ୍ୟାନ୍ସଙ୍କ ମନକୁ ଖୁବ ଛୁଇଁଛି । ସେହି ଟ୍ୱିଟିକୁ ତାଙ୍କ ଫ୍ୟାନ୍ସ ଲାଇକ ସେୟାର ମଧ୍ୟ କରିଛନ୍ତି । ଅମିତାଭଙ୍କ ଟିଭି ଶୋ କୌନ ବନେଗା କରୋଡପତି ବେଶ ଲୋକପ୍ରିୟତା ସାଉଁଟିଛି ।

୧୯୪୨ ମସିହାର ୟୁପିର ପ୍ରୟାଗରାଜରେ ଆଜିର ଦିନରେ ଅମିତାଭ ଜନ୍ମଗ୍ରହଣ କରିଥିଲେ । ଜୀବନର ଅନେକ ଉତଥାନ, ପତନ ଦେଖିଥିବା ଅମିତାଭଙ୍କ ଦେଶ ଓ ବିଦେଶରେ କୋଟି କୋଟି ପ୍ରଂଶସକ ଅଛନ୍ତି । ଅଭିନେତା ଭାବେ କ୍ୟାରିୟର ଆରମ୍ଭ କରିବା ପରେ ଲଗାତାର ୧୨ଟି ଫ୍ଲପ ଫିଲ୍ମ ଦେଇଥିଲେ ବିଗ ବି । ତେବେ ପିଲ୍ମ ଜଞ୍ଜିର ସୁପର ଡୁପର ହିଟ ହେବା ପରେ ତାଙ୍କ କ୍ୟାରିୟରର ମୋଡ ବଦଳିଯାଇଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ସଫଳତାର ସବୁ ରେକର୍ଡ ଭାଙ୍ଗିଥିଲା । ଏହାପରେ ଅନେକ ସୁପରହିଟ ଫିଲ୍ମ ଦେଇ ସେ ବଲିଉଡର ବାଦଶାହ ବନିଯାଇଥିଲେ । ଅମିତାଭଙ୍କୁ ବଲିଉଡର ସବୁଠାରୁ ସଫଳ ଅଭିନେତା ବୋଲି କୁହାଯାଏ । ୧୯୬୯ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ସାତ୍‌ ହିନ୍ଦୁସ୍ତାନୀ’ରୁ ଅମିତାଭ ଅଭିନୟ ଜୀବନ ଆରମ୍ଭ କରିଥିଲେ।

ନିର୍ଦେଶକ ପ୍ରକାଶ ମେହେରାଙ୍କ ‘କ୍ରାଇମ୍‌ ଥ୍ରିଲର୍‌’ ‘ଜଞ୍ଜିର୍‌’ ସିନେମାରେ ପୁଲିସ୍‌ ଇନ୍‌ସ୍‌ପେକ୍ଟର୍‌ ବିଜୟ ଭୂମିକାରେ ଅଭିନୟ କରି ଭାରତୀୟ ଚଳଚ୍ଚିତ୍ର ଜଗତ୍‌ରେ ‘ଆଙ୍ଗ୍ରି ୟଙ୍ଗମ୍ୟାନ୍‌’ ଧାରା ସୃଷ୍ଟି କରିବା ପୂର୍ବରୁ ତାଙ୍କ ଅଭିନୀତ କେତେଗୁଡ଼ିଏ ଚଳଚ୍ଚିତ୍ର ବ୍ୟାବସାୟିକ ସଫଳତା ହାସଲ କରିପାରି ନ ଥିଲା। ଅମିତାଭଙ୍କୁ ୩୦ ବର୍ଷ ହେବା ବେଳକୁ ତାଙ୍କର ୧୨ଟି ଚଳଚ୍ଚିତ୍ର ‘ଫ୍ଲପ୍‌’ ହେବା ସହ ମାତ୍ର ୨ଟି ଚଳଚ୍ଚିତ୍ର ହିଟ୍‌ ହୋଇଥିଲା। ସେ ଦୁଇଟି ଥିଲା ‘ବମ୍ବେ ଟୁ ଗୋଆ’ ଏବଂ ‘ଆନନ୍ଦ’। ଜଣେ ନୂଆ ‘ହିରୋ’ ଭାବେ ତାଙ୍କର ଦୁର୍ନୀତି ବିରୋଧୀ ‘ଆଙ୍ଗ୍ରି ୟଙ୍ଗମ୍ୟାନ୍‌’ ରୂପକ ଅଭିନୟ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଚଳିତ ଧାରାକୁ ବଦଳାଇ ଦେଇଥିଲା।

‘ଜଞ୍ଜିର୍‌’ ପରେ ପରେ ୧୯୭୦ ରୁ ୮୦ ଦଶକ ମଧ୍ୟରେ ସଲିମ୍‌-ଜାେଓ୍ଵଦ୍‌ଙ୍କ ଲିଖିତ ‘ଆଙ୍ଗ୍ରି ୟଙ୍ଗମ୍ୟାନ୍‌’ ଚରିତ୍ର ଥିବା ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଅମିତାଭ ଅବିସ୍ମରଣୀୟ ଅଭିନୟ କରିଛନ୍ତି। ସେଥିରୁ ପ୍ରାୟ ସବୁଗୁଡ଼ିକ ‘ସୁପର୍‌ ହିଟ୍‌’ ହୋଇଥିଲା।‘ଦିଓ୍ଵାର୍‌’, ‘ସିଲ୍‌ସିଲା’, ‘ୟାରାନା’, ‘ଡନ୍‌’, ‘ସୋଲେ’ ସାହେନଶାହ୍‌’, ‘ଆନନ୍ଦ’, ‘ଅଭିମାନ’ ‘କଭି ଖୁସି କଭି ଗମ୍‌’ ଏବଂ ଆହୁରି ଅନେକ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଅତି ଉଚ୍ଚକୋଟୀର ହୋଇପାରିଛି। ତାଙ୍କ ଦୀର୍ଘ ଜୀବନ କାମନା କରି କହୁଛୁ ହାପି ବାର୍ଥ ଡେ ବିଗ୍ ବି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା