Masthead

ଏନସିବି ଅଧିକାରୀ ସମୀର ୱାଙ୍ଖେଡେଙ୍କ ପଛରେ ପୋଲିସ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଜୋନେଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ ମହାରାଷ୍ଟ୍ର ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସମୀର ମୁମ୍ବାଇ କୃଜ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ ଷ୍ଟାର ଶହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଘଟଣାର ତଦନ୍ତ କରୁଛନ୍ତି । ଏପରି ସ୍ଥିତିରେ ପୋଲିସର ଦୁଇ ଜଣ କର୍ମଚାରୀ ତାଙ୍କ ଉପରେ ନଜର ରଖୁଥିବା ସେ ଡିଜିପିଙ୍କୁ ଜଣାଇଛନ୍ତି ।

ମିଳିଥିବା ତଥ୍ୟ ଅନୁଯାୟୀ ବିଗତ ୬ ବର୍ଷ ହେଲାଣି ସମୀର ତାଙ୍କ ମା’ଙ୍କ ଅନ୍ତିମ ସଂସ୍କାର ହୋଇଥିବା ଶ୍ମଶାନକୁ ନିୟମିତ ଯାଆନ୍ତି । ସେଠାରେ ଥିବା ତାଙ୍କ ମା’ଙ୍କ ସମାଧିକୁ ଦେଖିବା ପରେ ସେ ତାଙ୍କ କାର୍ଯ୍ୟ ଆରମ୍ଭ କରନ୍ତି । କିନ୍ତୁ ଏବେ ପୋଲିସର ୨ କର୍ମଚାରୀ ତାଙ୍କ ପିଛା କରୁଥିବା ସେ ସିସିଟିଭି ଫୁଟେଜରୁ ଦେଖିଛନ୍ତି । ତେବେ ସେମାନେ ସମୀରଙ୍କ ଗତିବିଧି ଉପରେ ନଜର ରଖୁଥିବା ସେ କହିଛନ୍ତି ।

ସମୀର ପୂର୍ବରୁ ଅନେକ ପ୍ରକାରର ଡ୍ରଗ୍ସ କାରାବାର ମାମଲାର ତଦନ୍ତ କରିଛନ୍ତି । କିନ୍ତୁ କେବେ ହେଲେ ଏପରି ସର୍ଭେଲାନ୍ସର ଶିକାର ହୋଇନଥିଲେ । ହେଲେ ଯେବେଠରୁ ମୁମ୍ବାଇ ଡ୍ରଗ୍ସ କେସ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ସେବେଠାରୁ ତାଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ଏ ସମ୍ପର୍କରେ ସେ ଗଣମାଧ୍ୟମ ଆଗରେ ନିଜର କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।

ସୂଚନା ଅନୁଯାୟୀ, ମୁମ୍ବାଇ କୃଜରେ ଏନସିବି କରିଥିବା ରେଡକୁ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ଫେକ ବୋଲି କହିଥିଲେ । ସେ କହିଛନ୍ତି ଯେ, ଏନସିବି ଜାଣିଶୁଣି ଆର୍ଯ୍ୟନ ଖାନ ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ଫସାଇବାକୁ ଉଦ୍ୟମ କରୁଛି । ଏହାର ଜବାବରେ ଏନସିବି କହିଥିଲା ଯେ, ଏପରି ତଦନ୍ତ ସବୁକିଛି ଆଇନ ପରିସର ଭିତରେ ରହି କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର