Masthead

ପୌର ନିର୍ବାଚନ ପାଇଁ ଫିଟିଲା ବାଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ପୌର ନିର୍ବାଚନ ପାଇଁ ବାଟ ଫିଟିଛି । ୱାର୍ଡ ପୁର୍ନଗଠନ ଓ ସଂରକ୍ଷଣ ସଂକ୍ରାନ୍ତ ଫାଇଲରେ ରାଜ୍ୟପାଳ ଦସ୍ତଖତ କରିବା ପରେ ଆଇନ ବିଭାଗ ତତ୍ପର ହୋଇ ଉଠିଛି । ସଂରକ୍ଷଣ ୫୦ ପ୍ରତିଶତରୁ ଯେପରି ଅଧିକ ନହେବ ସେଥିପାଇଁ ଚାଲିଛି ଉଦ୍ୟମ । ଏକକାଳୀନ ପୌର ଓ ପଞ୍ଚାୟତ ନିର୍ବାଚନ ହେବ କି ନାହିଁ, ସରକାରୀଭାବେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ପୌର ଆଇନରେ ସଂଶୋଧନକୁ ଗତ ସପ୍ତାହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ ଦେଇଥିଲେ । ଏହାପରେ ଆଇନ ବିଭାଗ ପକ୍ଷରୁ ଗେଜେଟ୍ ନୋଟିସ୍ ଜାରି ହୋଇଛି । ଗେଜେଟ୍ ବିଜ୍ଞପ୍ତି ପରେ ଏବେ ନଗର ଉନ୍ନୟନ ବିଭାଗ କେବେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଘୋଷଣା କରିବ ତାଉପରେ ସବୁ ରାଜନୈତିକ ଦଳଙ୍କର ନଜର ରହିଛି ।

ପୌର ନିର୍ବାଚନରେ ୱାର୍ଡ ପୁନର୍ଗଠନ ସହ ସଂରକ୍ଷଣ କରାଯିବ । ଏଥିପାଇଁ ୨ରୁ ୩ ମାସ ସମୟ ଲାଗିପାରେ । ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ପଞ୍ଚାୟତ ଭୋଟ ଉପରେ ସରକାର ଫୋକସ କରୁଛନ୍ତି । ତେଣୁ ଆଶା କରାଯାଉଛି କମ୍ ସମୟ ଭିତରେ ପୌର ନିର୍ବାଚନ କରିବା ସମ୍ଭବ ହୋଇ ନପାରେ । ଆସନ୍ତାବର୍ଷ ଜୁନ୍ ବେଳକୁ ହୋଇପାରେ ପୌର ନିର୍ବାଚନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ