Masthead

ସାହାଯ୍ୟ ଅପେକ୍ଷାରେ ପ୍ରମୋଦ

ତିର୍ତ୍ତୋଲ, (ବଡ଼ ଖବର ବ୍ୟୁରୋ): ପାରାଲିସସରେ ପ୍ରମୋଦ । ନା ଅଛି ଚିକିତ୍ସା କରିବାକୁ ସେ ସକ୍ଷମ ନା ଅଛି ପରିବାର ଚଳାଇବାକୁ ସମ୍ବଳ। ଡାକ୍ତରଖାନା ବୁଲି ବୁଲି ନୟାନ୍ତ ହୋଇଗଲେଣି କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ହେଉନି ପରିବର୍ତ୍ତନ। ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଆମ୍ଭେରି ପଞ୍ଚାୟତ କେସଡ଼ା ଗ୍ରାମର ପ୍ରମୋଦ ମଲ୍ଲିକଙ୍କ କଥା। ବୟସ ତାଙ୍କର ୪୫ ହେବ। ସେ ମଜୁରି ଲାଗି ପରିବାର ଚଳାନ୍ତି। ଶଯ୍ୟାସାୟୀ ମା’, ଝିଅ ଓ ପୁଅଙ୍କ ନେଇ ତାଙ୍କ ଅଭାବୀ ସଂସାର। ତିନିବର୍ଷ ତଳେ ପ୍ରମୋଦ ପାରାଲିସସରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡ଼ିକାଲ ଓ ପରେ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହୋଇଥିଲେ। ଚିକିତ୍ସାରେ ଅନେକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ହୋଇ ନ ଥିଲା। ଚିକିତ୍ସାରେ ପ୍ରମୋଦଙ୍କ ସବୁ ଅର୍ଥ ଖର୍ଚ୍ଚ ହୋଇଗଲା। ଏବେ ପରିବାର ସଦସ୍ୟଙ୍କ ମୁହଁରେ ଦାନା ମୁଠାଏ ଦେବାପାଇଁ ସେ ଅକ୍ଷମ।

ପରିବାରର ୫ ସଦସ୍ୟଙ୍କ ପେଟକୁ ଦାନା ଦେବା ପାଇଁ ପ୍ରମୋଦଙ୍କ ସ୍ତ୍ରୀ କାବେରୀ ଶେଷରେ ଭିକ ମାଗିବାକୁ ବାଧ୍ୟ ହୋଇଛନ୍ତି। ୧୨ବର୍ଷର ଝିଅ ଭଲ ପାଠପଢୁଥିଲେ ମଧ୍ୟ ଅର୍ଥାଭାବରୁ ପାଠପଢ଼ାରେ ଡୋରି ବନ୍ଧା ହେବ ବୋଲି କାବେରୀ କହିଛନ୍ତି। ଘରଡିହକୁ ଛାଡ଼ିଦେଲେ ଚାଷଜମି ଗୁଣ୍ଠେ ବି ନାହିଁ। ପ୍ରମୋଦଙ୍କ ମା’ ରାଧାରାଣୀ ପାଉଥିବା ୫୦୦ଟଙ୍କା ଭତ୍ତା ଓ ୨୫ କେଜି ଚାଉଳ ଏହି ଗରିବ ପରିବାରର ଏକମାତ୍ର ଭରସା। ପ୍ରମୋଦ ଓ ତାଙ୍କ ମା’ ରାଧାରାଣୀ ଭିନ୍ନ ଭିନ୍ନ ଘରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ପରିବାର ପାଇଁ କାବେରୀ ଦାନା ସଂଗ୍ରହ କରିବେ ନା ସ୍ୱାମୀ ଓ ଶାଶୁଙ୍କ ସେବା କରିବେ ଦୋଛକିରେ ପଡ଼ିଯାଇଛନ୍ତି। ଏହି ପରିବାରକୁ ସରକାରୀ ସହାୟତା ନମିଳିଲେ ସମୂହ ଆତ୍ମାହୁତି ଦେବେ ବୋଲି ପ୍ରମୋଦ ଓ କାବେରୀ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି