ମୋର ଭୁଲ କ’ଣ ଥିଲା, କାହିଁକି ଜେଲ ପଠାଗଲା: କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ : ଜେଲରୁ ଫେରିବା ପରେ ଆକ୍ସନ ମୋଡରେ ଦିଲ୍ଲୀ ସରକାର । ବିଜେପି ଉପରେ ବର୍ଷିବା ସହ ପ୍ରଧାନମନ୍ତ୍ରୀଙ୍କୁ କରୁଛନ୍ତି ଟାର୍ଗେଟ । ତେବେ ରବିବାର କେଜ୍ରିୱାଲ ନୂଆଦିଲ୍ଲୀ ଲୋକସଭା ସିଟ୍ ପାଇଁ ମୋତି ନଗରରେ ରୋଡ୍ ସୋ କରିଛନ୍ତି । ଏହି ସମୟରେ ସେ କହିଛନ୍ତି, ଆପଣମାନେ ମୋ ପାଇଁ ପ୍ରାର୍ଥନା କରିଥିଲେ, ଆପଣଙ୍କ ଭଲପାଇବା ଏବଂ ଭଗବାନଙ୍କ କୃପାରୁ ଆଜି ଆପଣଙ୍କ ଭିତରେ ଠିଆ ହେଇଛି ।

ତେବେ ନିଜ ରୋଡ୍ ସୋରେ କେଜ୍ରିୱାଲ୍ ଏମିତି କିଛି କଥା କହିଛନ୍ତି, ଯାହା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ସେ କହିଛନ୍ତି ଯେ, ସେମାନେ କହୁଛନ୍ତି ୨୦ ଦିନ ପରେ ମୋତେ ଜେଲ୍ ଯିବାକୁ ପଡିବ । ହେଲେ ଯଦି ଆପଣମାନେ ଚାହାଁନ୍ତି, ତେବେ ଏପରି ହେବନି । ମେ ୨୫ ତାରିଖରେ ଆପଣଙ୍କୁ ଆପ୍ ଏବଂ ଇଣ୍ଡିଆ ମେଣ୍ଟକୁ ଭୋଟ୍ ଦେବାକୁ ପଡିବ । ଯଦି ଆପଣ ଝାଡୁ ଚିହ୍ନରେ ଭୋଟ୍ ଦେବେ, ତେବେ ମୋତେ ଆଉ ଜେଲ୍ ଯିବାକୁ ପଡିବନି ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।

ଏଥିସହିତ କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ମୋତେ ଜେଲ୍ କାହିଁକି ପଠାହେଲା, ମୋର ଭୁଲ କଣ ଥିଲା । ମୁଁ ଦିଲ୍ଲୀ ପାଇଁ କାମ କଲି, ବୋଧହୁଏ ସେଥିପାଇଁ ସେମାନେ ମୋତେ ଜେଲ ପଠାଇଲେ ବୋଲି ସେ କହିଛନ୍ତି । ଦିଲ୍ଲୀବାସୀଙ୍କ ପାଇଁ ମାଗଣା ବିଜୁଳି, ପାଣି ଏବଂ ସ୍ୱାସ୍ଥ୍ୟ ସୁବିଧା ମୁଁ ଦେଇଛି । ମହିଳାଙ୍କ ପାଇଁ ମାଗଣା ବସ୍ ସେବା କଲି । ଏହି ଭୁଲ କାରଣରୁ ବିଜେପି ମୋତେ ଜେଲରେ ଭର୍ତ୍ତି କରିଦେଲା ବୋଲି ଅରବିନ୍ଦ କେଜ୍ରିୱାଲ ଏହି ରୋଡ୍ ସୋ’ରେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!