Masthead

ନଷ୍ଟ ହେଉଛି ଲକ୍ଷ ଲକ୍ଷ ଟଙ୍କାର ଯୋଜନା

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): କାମରେ ଆସୁନି ଏନଏସି ନୂଆପଡ଼ାର ଲକ୍ଷ ଲକ୍ଷ ଟଙ୍କାର ଯୋଜନା । ଦେଢ଼ ବର୍ଷରୁ ଅଧିକ ହୋଇଗଲାଣି। ନିର୍ମାଣ ସିନା ହୋଇଗଲା ହେଲେ କାମରେ ଅସୁନି ଶୌଚାଳୟ । ଲୋକମାନେ ଯେ ବ୍ୟବହାର କରୁନାହାନ୍ତି ଏହା ନୁହେଁ ନିର୍ମାଣର ଅନେକ ଦିନ ବିତି ଯାଇଥିଲେ ବି ଏହା ବ୍ୟବହାର ଉପଯୋଗୀ ହୋଇପାରି ନାହିଁ। ବ୍ୟବହାର ନ ହୋଇ ଏହା ଏବେ ଖରାପ ହେବାକୁ ବି ଲାଗିଲାଣି। କେତେ ଯାଗାର ଶୌଚାଳୟକୁ ତାଲା ବି ପକାଇ ଦିଆ ଯାଉଛି।

ଶୌଚାଳୟ ବ୍ୟବହାର ପାଇଁ ପାଣିର ଆବଶ୍ୟକ ଥିବାବେଳେ ଏଠାକୁ ଆଜି ପର୍ଯ୍ୟନ୍ତ ପାଣି ଯୋଗାଣ ହୋଇ ପାରୁନାହିଁ। ପାଣି ନ ଥିବାରୁ ଏହାକୁ ବ୍ୟବହାର କରାଯାଇ ପାରୁନାହିଁ। ପ୍ରଶାସନର ଅବହେଳା ଯୋଗୁ ଲୋକେ ନାହିଁନଥିବା ହନ୍ତସନ୍ତ ହଉଛନ୍ତି। ଶୌଚାଳୟ ନିର୍ମାଣ କରି, ରଙ୍ଗ ଦେଇ ଦେଲା ପରେ ନିଜ କାମ ସରିଗଲା ପରି ହାତରେ ହାତ ବାନ୍ଧି ବସିଛି ନୂଆପଡା ଏନଏସି। ନୂଆପଡା ସହରର ଖେଳଖୁଦ କରିବାର ମୁଖ୍ୟ ଜାଗା ହେଲା ମିନି ଷ୍ଟାଡିୟମ।

ପ୍ରାତଃ ଭ୍ରମଣଠୁ ଆରମ୍ଭ କରି ଖେଳା ଖେଳି କରିବା ପାଇଁ ଦିନଯାକ ଏଠାକୁ ଅନେକ ଲୋକ ଆସିଥାନ୍ତି ଏପରିକି ବିଭିନ ଆନୋଲନ ଓ ରାଲି ଓ ସରକାରୀ କାର୍ଯ୍ୟକ୍ରମ ମାନ ବି ଏଠି ହେଇଥାଏ ହେଲେ ଏଠି ଏନଏସି ତରଫରୁ କୌଣସି ଗୋଟିଏ ବି ଶୌଚାଳୟ କରାଯାଇ ନାହି। ପୁଣି କେଉଁ ଆଧାରରରେ ତରବରିଆ ଭାବରେ ଦରକାର ନ ଥିବା ଜଗାରେରେ ଶୌଚାଳୟ ନିର୍ମାଣ କରି ଅଦରକାରୀ ଭବରେ ପକାଇ ଦିଆ ହେଇଛି ତାହା ତାହା ସାଧାରଣରେ ଚର୍ଚ୍ଚା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି