Masthead

ପୌର ନିର୍ବାଚନ ନେଇ ଫିଟିଲା ବାଟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପଞ୍ଚାୟତ ପରେ ପୌର। ପୌର ନିର୍ବାଚନ ନେଇ ଫିଟିଲା ବାଟ। ତିନି ବର୍ଷ ଧରି ଅଟକି ଥିବା ସହର ଭୋଟ ପାଇଁ ଶେଷରେ ଖୋଲିଛି ଦ୍ୱାର। ବାହାରିଛି ଗେଜେଟ ନୋଟିଫିକେସନ। ଆସନ୍ତା ବର୍ଷ ଦ୍ବିତୀୟାର୍ଧରେ ହୋଇପାରେ ପୌର ନିର୍ବାଚନ। ଗେଜେଟ ନୋଟିଫିକେସନ ପରେ ଏବେ ନିଷ୍ପତ୍ତି ନେବେ ରାଜ୍ୟ ନିର୍ବାଚନ କମିଶନ। ସେପଟେ ଆଇନ ଅନୁସାରେ ପୌର ନିର୍ବାଚନରେ ସର୍ବାଧିକ ୫୦ ପ୍ରତିଶତ ମଧ୍ୟରେ ସୀମିତ ରହିବ ସଂରକ୍ଷଣ। ଗେଜେଟ୍ ବିଜ୍ଞପ୍ତି ପରେ ଏବେ ନଗର ଉନ୍ନୟନ ବିଭାଗ ଉପରେ ରାଜନୈତିକ ମହଲର ନଜର ରହିଛି। ବିଭାଗ ପକ୍ଷରୁ ଯେ କୌଣସି ଦିନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇପାରେ। ପୌର ନିର୍ବାଚନରେ ୱାର୍ଡ ପୁନର୍ଗଠନ ସହ ସଂରକ୍ଷଣ କରାଯିବ। ଏଥିପାଇଁ ୨ରୁ ୩ ମାସ ସମୟ ଲାଗିପାରେ।

ସେପଟେ ପୌର ନିର୍ବାଚନ କରିବା ଦୀର୍ଘ ଦିନରୁ ଦାବି କରି ଆସୁଛୁ ବିଜେପି। ପୌର ନିର୍ବାଚନ ହୋଇ ନ ଥିବାରୁ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛି ବିଜେପି । ଅଣନିର୍ବାଚିତ ସମିତି ଗୁଡ଼ିକ ଥିବା କାରଣରୁ କେନ୍ଦିୟ ସହାୟତା ମିଳିବା ନେଇ ଆର୍ଥିକ କ୍ଷତି ହେଉଛି। ପୌର ସଂସ୍ଥା ଗୁଡ଼ିକରେ ବ୍ୟାପକ ଅରାଜକତା ସୄଷ୍ଟି ହେଉଛି। ଅଞ୍ଚଳର ବିକାଶ ବ୍ୟାହତ ହେଉଛି। ରାଜ୍ୟ ସରକାର ଯେଉଁ ଚାହିଁ ଜଳକା ଖେଳ ଖେଳୁଥିଲେ ତାର ଗୋଟିଏ ଅନ୍ତ ଘଟିବ। ନିର୍ବାଚନ ହେବା ପର୍ୟନ୍ତ ଲଢେ଼ଇ ଜାରି ରହିବ ଏବଂ ନ୍ୟାୟାଳୟ ଜରିଆରେ ହେଉ ବା ଜନମତ ଜରିଆରେ ସରକାରଙ୍କ ଉପରେ ଚାପ ସୄଷ୍ଟି କରିବ ବୋଲି ବିଜେପି କହିଛି।

ଅନ୍ୟପଟେ ପୌର ନିର୍ବାଚନ ହେବା ନେଇ ଗେଜେଟ ନୋଟିଫିକେସନ ପରେ କଂଗ୍ରେସ ଭିନ୍ନ ଢ଼ଙ୍ଗରେ ପ୍ରତିକ୍ରିୟା ରଖିଛି। ରାଜ୍ୟ ସରକାର ଭୟଭୀତ ଥିଲେ। ସାଧାରଣ ଲୋକ ନିର୍ବାଚିତ ଲୋକପ୍ରତିନିଧିଙ୍କ ସେବା ପାଉନଥିଲେ। ବିଭିନ୍ନ ରାଜନୈତିକ ଦଳଙ୍କ ଚାପରେ ଏବଂ କୋର୍ଟ ନିର୍ଦ୍ଦେଶ ରେ ସରକାର ଚାପଗ୍ରସ୍ଥ ହୋଇ ନିର୍ବାଚନ କରିବା ପାଇଁ ଯାଉଛନ୍ତି। କଂଗ୍ରେସ ଏହାକୁ ସ୍ବାଗତ କରୁଛି। ନିର୍ବାଚନର ସଂରକ୍ଷଣ ପ୍ରକ୍ରିୟା ସ୍ବଚ୍ଛତାର ସହ ହେଉ। ସବୁ ବର୍ଗକୁ ଗୁରୁତ୍ୱ ଦିଆଯାଉ। ତିନିବର୍ଷ ଧରି ପୌର ନିର୍ବାଚନ ବନ୍ଦ ହୋଇ ରହିଛି। ତେବେ ପୌର ଆଇନରେ ସଂଶୋଧନକୁ ଗତ ସପ୍ତାହରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଅନୁମୋଦନ ପରେ ଆଇନ ବିଭାଗ ପକ୍ଷରୁ ଗେଜେଟ୍ ନୋଟିସ୍ ଜାରି ହୋଇଛି। ଯାହାକୁ ନେଇ ପୌର ନିର୍ବାଚନ ପାଇଁ ବାଟ ଫିଟିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି