Masthead

ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ

ପୁରୀ (ବଡ଼ ଖବର ବ୍ୟୁରୋ): ସରିଲା ଆଡ଼ପମଣ୍ଡପ ଲୀଳା । ଭାଇ, ଭଉଣୀଙ୍କୁ ଧରି ବାହୁଡ଼ିବେ କାଳିଆ ସାଆନ୍ତେ । ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ଅପେକ୍ଷରେ ତିନି ରଥ । ଆଜି ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ । ଶ୍ରୀଜଗନ୍ନାଥ ମହାପ୍ରଭୁ ବଡ଼ଭାଇ , ଭଉଣୀ ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଙ୍ଗରେ ନେଇ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରିବାର ପର୍ବ । ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ । ଶୁକ୍ରବାର ରାତିରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତି ଚାଲିଛି।

ବାହୁଡ଼ାରେ ପ୍ରାତଃ ୪ଟାରେ ମଙ୍ଗଳା ଆଳତି ବଢ଼ିବା ପରେ ସୂର୍ୟ୍ୟପୂଜା ସରିଛି। ଦ୍ୱାରପାଳ ପୂଜା ଓ ବେଶଶେଷ ସହ ଗୋପାଳବଲ୍ଲଭ ବଢ଼ି ଓ ସକାଳ ଧୂପରେ ପୂଜାପଣ୍ଡା ସାଆନ୍ତେ ଠାକୁରମାନଙ୍କୁ ଖେଚୁଡି ଭୋଗ ଅର୍ପଣ ସରିଛି । ମୁଦିରସ୍ତ ସେବକମାନେ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ବଢାଇବା ପରେ ଠାକୁରମାନଙ୍କ ପହଣ୍ଡି ବିଜେ ଆରମ୍ଭ ହେବ । ଘଣ୍ଟ ଓ ପଖଉଜର ପାରମ୍ପରିକ ବାଦ୍ୟର ତାଳେ ତାଳେ ଠାକୁରମାନେ ଧାଡି ପହଣ୍ଡିରେ ଆସି ରଥ ଉପରେ ବିଜେ ହେବେ । ୧୨ଟାରୁ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୨ଟା ସୁଦ୍ଧା ସରିବ ପହଣ୍ଡି ।

ସାଢ଼େ ୩ଟା ସୁଦ୍ଧା ଗଜପତି ମହାରାଜ ରଥମାନଙ୍କରେ ଛେରା ପହଁରା କରିବେ । ଏହାପରେ ଚାରମାଳ ଫିଟାଯାଇ ଘୋଡା ଲାଗିବ । ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। ସେପଟେ ମାଉସୀ ମାଆଙ୍କ ମନ୍ଦିର ନିକଟରେ ରଥ ପହଞ୍ଚିଲା ପରେ ଠାକୁରେ ମାଆ ଅର୍ଦ୍ଧାଶିନୀଙ୍କ ଠାରୁ ପୋଡ଼ପିଠା ଗ୍ରହଣ କରିବେ । ବିଜେ ପଥରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଠାକୁରଙ୍କୁ ପନ୍ତି ଭୋଗ ଅର୍ପଣ କରାଯିବ ।

ନନ୍ଦିଘୋଷ ଶ୍ରୀନହର ସମ୍ମୁଖରେ ପହଞ୍ଚିଲେ ନାରାୟଣଙ୍କ ସହିତ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ଭେଟ ହେବ । ପାଲିଙ୍କିରେ ବିଜେ ହୋଇ ଠାକୁରାଣୀ ସେବକମାନଙ୍କ ଗହଣରେ ଆସି ପତିଦେବଙ୍କ ନନ୍ଦିଘୋଷ ରଥ ନିକଟରେ ବିଜେ ହେବେ । ଠାକୁରଙ୍କୁ ପୂଜା, ଆଳତୀ ଓ ବନ୍ଦାପନା କରାଯାଇ ଦହିପଟି ମଣୋହି କରାଯିବ । ପାଲିଙ୍କିରେ ଠାକୁରାଣୀ ନନ୍ଦିଘୋଷ ରଥକୁ ପରିକ୍ରମା କରିବେ । ରଥଗୁଡିକ ଶ୍ରୀମନ୍ଦିର ସିଂହଦ୍ୱାରଠାରେ ପହଞ୍ଚିବାପରେ ରଥରେ ଅନ୍ୟାନ୍ୟ ନୀତି ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା