Masthead

ଗିରଫ ପାକିସ୍ତାନ ଆତଙ୍କୀ ଦିଲ୍ଲୀରେ ପହଞ୍ଚିଲା କେମିତି ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):   ରାଜଧାନୀ ଦିଲ୍ଲୀରୁ ଧରା ପଡାଥିବା ପାକିସ୍ତାନ ଆତଙ୍କୀ ମହମ୍ମଦ ଅଶରଫ ଠାରୁ ପୋଲିସ ଗୁପ୍ତ ତଥ୍ୟ ସଂଗ୍ରହ କରିବାରେ ଲାଗିପଡିଛି । ଏ ନେଇ ତାକୁ ୧୪ ଦିନିଆ ହେପାଜତକୁ ପଠାଯାଇଛି । ଗତ ସୋମବାର ତାକୁ ପୋଲିସ ଗିରଫ କରିବା ପରେ ମଙ୍ଗଳବାର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । ଏବେ କୋର୍ଟ ତାକୁ ୧୪ ଦିନିଆ ରାମାଣ୍ଡରେ ପଠାଇଛନ୍ତି ।

ତେବେ ସେ ଦୀର୍ଘଦିନ ହେଲାଣି ନିଜର ପରିଚୟ ଲୁଚାଇ ନକଲି ଦସ୍ତାବିଜ ଜରିଆରେ ଭାରତରେ ରହିଆସୁଥିଲା । ସୂଚନା ଅନୁସାରେ ମହମ୍ମଦ ଜଣେ ଭାରତୀୟ ମହିଳାଙ୍କୁ ମଧ୍ୟ ବିବାହ କରିଥିଲେ । ଭାରତ ବିରୋଧରେ କରୁଥିବା ଷଡଯନ୍ତ୍ରରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ସମ୍ବନ୍ଧରେ ପୋଲିସ ଜାଣିବା ପାଇଁ ତାକୁ ୧୪ ଦିନିଆ ରିମାଣ୍ଡରେ ପଠାଇଛି । ତେବେ ସେ ଜଣେ ପାକିସ୍ତାନ ନାଗରିକ ହୋଇଥିବା ବେଳେ କେମିତି ଦିଲ୍ଲୀରେ ପହଞ୍ଚିଲେ ଏ ନେଇ ଖୋଳତାଡ କରୁଛି ପୋଲିସ । ଏଥି ସହ ସେ ଦୀର୍ଘ ବର୍ଷ ହେଲାଣି ଭାରତରେ ରହୁଥିବା ବେଳେ କେମିତି ତାକୁ ଠାବ କରି ପାରୁ ନଥିଲେ ?

ମହମ୍ମଦ ନିଜକୁ ଅହମ୍ମଦ ବୋଲି ପରିଚିତ କରାଇଥିଲା । ଏ ନେଇ ସେ ନକଲି ଆଧାରକାର୍ଡ ସହ ନକଲି ଦସ୍ତାବିଜ ପ୍ରସ୍ତୁତ କରାଇଥିଲା । ସେ ଦିଲ୍ଲୀର ଅରମ ପାର୍କ ନିକଟରେ ରହୁଥିଲା । ନିଜକୁ ପୀର ବାବା କହୁଥିବା ଅଶରଫ ପାର୍ବଣ ସମୟରେ ଭାରତରେ ବିସ୍ଫୋରଣ କରିବାକୁ ଯୋଜନା କରୁଥିଲା । ସୂଚନା ଅନୁଯାୟୀ, ଅଶରଫ ବିହାରରେ ତାର ଫେକ ଆଇଡି ତିଆରି କରିଥିଲା ଓ ଗାଜିବାଦର ବୈଶାଲୀରେ ଜଣେ ମହିଳାଙ୍କୁ ବିବାହ କରିଥିଲା । ଶିଲିଗୁଡିକୁ ଲାଗିଥିବା ବାଂଲାଦେଶ ସୀମାନ୍ତ ଦେଇ ସେ ଭାରତରେ ପ୍ରବେଶ କରିଥିଲା ବୋଲି ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ମୁଖ୍ୟ କହିଛନ୍ତି ।

ପୋଲିସ କହିଛି ଯେ ଅଶରଫ ୨୦୧୪ରେ ତାର ପାସପୋର୍ଟ ତିଆରି କରିଥିଲା । ସେ ତାର ଠିକଣାକୁ ୫ରୁ ୬ଥର ବଦଳାଇଛି । ଖାଲି ସେତିକି ନୁହେଁ, ସେ ସେ ପାକିସ୍ତାନ ହ୍ୟାଣ୍ଡେଲରଙ୍କ ସହ ବିଭିନ୍ନ ପ୍ରକାରର ସୋସିଆଲ ମିଡିଆ ଆପ ଜରିଆରେ ଯୋଗାଯୋଗ କରୁଥିଲା । ମହମ୍ମଦ ଅନକେ ନକଲି ପରିଚୟ ପତ୍ର ତିଆରି କରିଥିବା ପୋଲିସ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼