Masthead

କାହା ଶିବିରକୁ କିଏ ମାରିବ ଲମ୍ଫ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ରାଜନୀତିରେ ଘଟିବ କି କରିସ୍ମା? ତିନି ମାସରେ ହେବ କି ହଲଚଲ? କାହା ଶିବିରକୁ କିଏ ମାରିବେ ଲମ୍ଫ? ତାକୁ ନେଇ ରାଜ୍ୟ ରାଜନୀତିରେ ତର୍କବିତର୍କ । ନେତା କରିବେ କି ବିସ୍ଫୋରଣ? ପଦ୍ମ ଦଳକୁ ବଳ ଯୋଗାଇଛି ପୋଷ୍ଟର ବଏ ମୋଦୀଙ୍କ ଡେଡ୍ ଲାଇନ । ଶପଥ ଉତ୍ସବରେ ମୋଦି କହିଥିଲେ ଛଅ ମାସରେ ରାଜ୍ୟ ରାଜନୀତିରେ ହେବ ବଡ କମ୍ପନ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଓଡିÿଆ କଷ୍ଟ ପାଇଲେ ସରକାର ବଦଳିଯିବ । ଯାହା ଚଳିତ ନିର୍ବାଚନରେ ଦେଖିବାକୁ ମିଳିଛି । ଅନ୍ୟପଟେ ସାଂସଦ ସୁକାନ୍ତ ପାଣିଗ୍ରାହୀ ରଖିଛନ୍ତି ବିସ୍ପୋରକ ବୟାନ । ଆଗକୁ ଆହୁରି ବିସ୍ପୋରଣ ହେବ ।

ବହୁତ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ । ଖାଲି ରାଜ୍ୟସଭା ନୁହେଁ ବହୁ ପଦାଧିକାରୀ, ବିଧାୟକ, ପୂର୍ବତନ ବିଧାୟକ ବି ଯୋଗାଯୋଗରେ ଅଛନ୍ତି । ମାସେ ଦେଢ଼ ମାସ ଭିତରେ ଇସ୍ତଫା ଦେଇ ବିଜେପିରେ ସଦସ୍ୟତା ନେବେ । ସେପଟେ ବିଜେପିକୁ ଟାଇନ ଲାଇନ ଦେଇଛନ୍ତି ବିଜେଡିର ବରିଷ୍ଟ ନେତା ଦେବୀ ମିଶ୍ର । ସମୟ ଆସୁ କିଏ କାହା ସହ ମିଶିବ ତାହା ଜଣାପଡ଼ିବ କହିଛନ୍ତି ଦେବୀ । ବିଜେପି ସରକାରକୁ ହୋଇନି ବେଶି ଦିନ । ମାତ୍ର ପୁରିଛି ତିନି ମାସ । ଏହାରି ଭିତରେ ବିଜେଡି ଛାଡି ବିଜେପିରେ ଯୋଗ ଦେଲେଣି ଦୁଇ ଦୁଇ ରାଜ୍ୟସଭା ସାଂସଦଙ୍କ ସମତେ ଶଙ୍ଖ ଦଳର ଅନେକ ନେତା । ଆଗକୁ ଶାସକ ଦଳରେ ସାମିଲ ହେବା ନେଇ ଅନେକ ବିଜେଡି ନେତା ଲାଇନରେ ଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ ! 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ !