Masthead

ବିଜୁଳି ସଙ୍କଟ: କୋଲ ଇଣ୍ଡିଆ ଉପରେ ୨୦ ହଜାର କୋଟି ବାକି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ)   ଆଗାମୀ ଦିନରେ ବିଜୁଳି ସଙ୍କଟକୁ ନେଇ ଭାରତକୁ ଏକ ବଡ ଝଟକା ଲାଗିପାରେ । ଭାରତରେ କୋଇଲାର ଅଭାବ ଯୋଗୁ ବିଜୁଳିର ଅଭାବ ପରିଲିକ୍ଷିତ ହେଉଛି । କୋଇଲାର ଅଭାବ ଦୂର କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଆମିତ ଶାହାଙ୍କ ପରେ ଏବେ ପିଏମଓ ପକ୍ଷରୁ ମଧ୍ୟ ସ୍ଥିତିର ଯାଞ୍ଜ କରାଯାଇଛି । ଯାଞ୍ଚ ପରେ ଏବେ ଏକ ତଥ୍ୟ ସାମ୍ନାକୁ ଆସିଛି ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ରାଜ୍ୟଗୁଡିକ କୋଇଲା ସଙ୍କଟ ଦେଇ ଗତି କରୁଛି । ଏହାରି ଭିତରେ ସେମାନେ କୋଲ ଇଣ୍ଡିଆର ପ୍ରାୟ ୨୦ ହଜାର କୋଟି ଟଙ୍କାର ବାକି ରଖିଥିବା ଜଣାପଡିଛି । କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, କୋଇଲା ମନ୍ତ୍ରାଳୟ ଜାନୁଆରୀ ମାସ ଠାରୁ ହିଁ ରାଜ୍ୟ ସରକାରମାନଙ୍କୁ ଚିଠି ଲେଖି କୋଲ ଇଣ୍ଡିଆ ପାଖରେ ଥିବା ଷ୍ଟକ ନେଇ ଯିବାକୁ ପରାମର୍ଶ ଦେଇଥିଲା ।କିନ୍ତୁ ଏହାର ଜବାବ ରାଜ୍ୟମାନେ ଦେଇନଥିଲେ ।

ସେପଟେ ଦିଲ୍ଲୀ ଓ ପଞ୍ଜାବ ପରି ରାଜ୍ୟ ଗୁଡିକ ମୁଖ୍ୟ କୋଇଲା ପ୍ଲାଣ୍ଟକୁ ମଧ୍ୟ ବନ୍ଦ କରିଦେଇଥିଲେ । ନିୟମ ଅନୁସାରେ କୋଲ ଇଣ୍ଡିଆ କେବଳ ନିର୍ଦ୍ଦିଷ୍ଟ ସୀମା ଯାଏ କୋଇଲା ଷ୍ଟକ ରଖିପାରିବ । କାରଣ ଅଧିକ ଷ୍ଟକ ରଖିଲେ ସେଠାରେ ଅଗ୍ନିକାଣ୍ଡ ଘଟିବାର ସମ୍ଭାବନା ରହିଛି । ତେବେ ଝାରଖଣ୍ଡ, ରାଜସ୍ଛାନ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ପାଖରେ ନିଜସ୍ୱ କୋଇଲା ଖଣି ରହିଛି । କିନ୍ତୁ ସେଠାରେ ଖୁବ କମ କୋଇଲା ଉତ୍ପାଦନ କରାଯାଉଛି । ମୌସୁମୀ ସମୟରେ ବିଦେଶରେ କୋଇଲାର ଦାମ ବଢିଥିଲା । ତେଣୁ ଅଭାବ ସମସ୍ୟା ସୃଷ୍ଟି ହୋଇଛି ।

ଅନ୍ତର୍ଜାତୀୟ ବଜାରରେ ଯେତେବେଳେ କୋଇଲାର ଦାମ  କମ ଥିଲା ସେତେବେଳେ ରାଜ୍ୟ ସରକାର ଓ ବିଜୁଳି ଉତ୍ପାଦନ କମ୍ପାନୀମାନେ ଏହାକୁ ବିଦେଶରୁ କିଣୁଥିଲେ । ଦେଖିବାକୁ ଗଲେ ଏବେ ପ୍ରାୟ ରାଜ୍ୟରେ କୋଇଲାର ଅଭାବ ଯୋଗୁ ବିଦ୍ୟୁତ ସମସ୍ୟା ଦେଖାଦେଉଛି । ଦିନକୁ ୫ ରୁ ୬ ଘଣ୍ଟା ବିଦ୍ୟୁତ କାଟ ହେଉଥିବା ନେଇ ଅଭିଯୋଗ ମଧ୍ୟ ଆସୁଛି । କୋଇଲା ସଙ୍କଟ ଦୂର କରିବା ପାଇଁ ଦୈନିକ ଉତ୍ପାଦନର ପରିମାଣର ୧.୯୪ ମିଲିୟନ ଟନରୁ ୨ ମିଲିୟନ ଟନ କରିବାକୁ ନିଷ୍ପତି ନିଆଯାଇଛି । ତେବେ ଆସନ୍ତା ୫ ଦିନ ମଧ୍ୟରେ ଏହାର ବ୍ୟବସ୍ଥା କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ