Masthead

କ୍ରିକେଟ ବିଶ୍ୱକପ, ଆଜି ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କ୍ରିକେଟ ବିଶ୍ୱକପ ଆଜି ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା । ଇଡେନ୍ ଗାର୍ଡେନରେ ମୁହାଁମୁହିଁ ହେବେ ୨ ଟାଇଟଲ୍ ଫେଭରିଟ୍ । ଅପରାଜେୟ ଧାରା ବଜାୟ ଲକ୍ଷ୍ୟରେ ରୋହିତ ବାହିନୀ । ମ୍ୟାଚ୍ ଜିତି ସେମିରେ ଜାଗା ପକ୍କା କରିବାକୁ ଲଢ଼ିବ ଦକ୍ଷିଣ ଆଫ୍ରିକା ।ଉଭୟ ଦଳ ଏବେ ସେମିଫାନାଲରେ ପ୍ରବେଶ କରିସାରିଛନ୍ତି । ୭ଟି ମ୍ୟାଚରୁ ସବୁ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ । ସେପଟେ ୭ଟିରୁ ୬ଟିରେ ବିଜୟ ଲାଭ କରି ଦ୍ବିତୀୟରେ ରହିଛି ଦକ୍ଷିଣ ଆଫ୍ରିକା ।

ସେମିଫାଇନାଲ ପୂର୍ବରୁ ଆଜିର ମ୍ୟାଚ ଜିତି ନିଜର ଦବଦବା ଜାହିର କରିବାକୁ ଉଭୟ ଟିମ୍ ରଣନୀତି କରିଛନ୍ତି । ବିଶ୍ବକପ ଇତିହାସରେ ୫ ଥର ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଦେଶ । ଭାରତ ୨ଟିରେ ବିଜୟ ଲାଭ କରିଥିବାବେଳେ ୩ଟି ମ୍ୟାଚ ଜିତିଛି ଦକ୍ଷିଣ ଆଫ୍ରିକା । ଉଭୟ ଦେଶ ମଧ୍ୟରେ ମୋଟ ୯୦ଟି ଦିନିକିଆ ଖେଳାଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ୫୦ ଓ ଭାରତ ୩୭ଟିରେ ବିଜୟୀ ହୋଇଛି । ବର୍ତ୍ତମାନ ସ୍ଥିତିରେ ଭାରତର ପଲ୍ଲା ଭାରି ରହିଛି । ଦଳର ସମସ୍ତ ଖେଳାଳି ଫର୍ମରେ ଥିବାବେଳେ ଟୁର୍ଣ୍ଣାମେଣ୍ଟରେ ଏଯାଏଁ ଟିମ୍ ଇଣ୍ଡିଆ ଅପରାଜିତ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ