Masthead

ଏନକାଉଣ୍ଟରରେ ଦୁଇ ଅପରାଧୀ ଆହାତ

ରାଉରକେଲା (ବଡ଼ ଖବର ବ୍ୟୁରୋ): ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ପୋଲିସର ଏନ କାଉଣ୍ଟର । ରାଉରକେଲା ପ୍ଲାଣ୍ଟ ସାଇଡ ଥାନା ରେଳବାଇ କଲୋନୀ ରିମ ଝିମ ବସ୍ତିରେ ଗତ ସେପ୍ଟେମ୍ବର ୧୧ ତାରିଖରର ରେ ହୋଇଥିବା ଜିତେନ୍ଦ୍ର ସାଏ ଓରଫ ଗୋରେକୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ରାଉରକେଲା ପୋଲିସ । ଗୋରେ ହତ୍ୟାକାଣ୍ଡରେ ଏବେ ପର୍ଯ୍ୟନ୍ତ ଫେରାର ଅଛନ୍ତି ଅନେକ ଅପରାଧୀ । ମୁସ୍ତାଖ ହେଉଛି ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ।

ଖବର ପାଇ ପୋଲିସର ଏକ ସ୍ୱତନ୍ତ୍ର ଟିମ ଧରିବା ପାଇଁ ପହଞ୍ଚିଥିଲା ବିଶ୍ରା ମଣ୍ଡପ ଛକରେ । ପୋଲିସ କୁ ଦେଖି ମୁସ୍ତାକ ପୋଲିସ ଉପରକୁ କରିଥିଲା ଫାୟାରିଂ । ପୋଲିସର ଏନକାଉଣ୍ଟରରେ ଦୁଇ ଅପରାଧୀ ମୁସତାକ ଆଲମ ଓ ଏମଡି ଗୁଡୁଙ୍କ ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଘଟଣାସ୍ଥଳରୁ ପୋଲିସ ଉଠାଇ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ପରେ ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଛି ।

ମୁସତାକର ଘର ରାଉରକେଲା ନାଲା ରୋଡ଼ର ଭାଟି ରୋଡ଼ ହୋଇଥିବାବେଳେ ଏମଡି ଗୁଡୁର ଘର ରାଉରକେଲା ମାଲଗୋଦାମ ଅଂଚଳରେ ବୋଲି ଜଣାପଡ଼ିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ତନାଘନା କରୁଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ