ଆର୍ଯ୍ୟନ ଖାନ କଏଦୀ ନମ୍ବର ୯୫୬

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମିଳିଲାନି ଜାମିନ । ଗତକାଲିର ଜାମିନ ଆବେଦନ ଖାରଜ ପରେ ତାଙ୍କୁ ପୁଣି ଜେଲରେ ରଖାଯାଇଛି । ଆର୍ଯ୍ୟନ ଏବେ ୨୦ ତାରିଖ ଯାଏଁ ଆର୍ଥର ରୋଡ ଜେଲରେ ରହିବେ । ତାଙ୍କୁ ଉକ୍ତ ଜେଲରେ କଏଦୀ ନମ୍ବର ୯୫୬ ର ପରିଚୟ ଦିଆଯାଇଛି । ଏହା ତାଙ୍କ ଅଣ୍ଡରଟ୍ରାଏଲ ନମ୍ବର ।

ସୂଚନା ଅନୁସାରେ କୋଭିଡ ୧୯ ର ରିପୋର୍ଟ ନେଗେଟିଭ ଆସିବା ପରେ ଆର୍ଯ୍ୟନଙ୍କୁ ଜେଲର ଏକ ସାଧାରଣ କୋଠରୀକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ତାଙ୍କ ସହ ଗିରଫ ହୋଇଥିବା ୫ ଜଣଙ୍କୁ ମଧ୍ୟ ଜେଲର କ୍ୱାରେଣ୍ଟାଇନ ସେଲରୁ ବାହାର କରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ଗତକାଲି ମୁମ୍ବାଇ ସେସନ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ । କୋର୍ଟ ଆସନ୍ତା ବୁଧବାର ଯାଏଁ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି । ତେଣୁ ଆର୍ଯ୍ୟନ ଏବେ ୨୦ ତାରିଖ ଯାଏ ଜେଲରେ ରହିବେ । ଆର୍ଯ୍ୟନ ଏବେ ସାଧାରଣ କଏଦିଙ୍କ ସହିତ ଓ ସାଧାରଣ କଏଦି ଭଳି ରହିବେ ।ତାଙ୍କୁ ଫୋନ ବ୍ୟବହାର ପାଇଁ ଅନୁମତି ଦିଆଯିବ ନାହିଁ । ଏମିତିକି ତାଙ୍କୁ ଘରର ଖାଦ୍ୟ ଦିଆଯିବ ନାହିଁ । ସୂଚନା ଥାଉକି ମୁମ୍ବାଇ ଡ୍ରଗ୍ସ ରେଭ ପାର୍ଟି ମାମଲାରେ ଆର୍ଯ୍ୟନ ୧୨ ଦିନ ହେଲା ଜେଲରେ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ