Masthead

ଆର୍ଯ୍ୟନ ଖାନ କଏଦୀ ନମ୍ବର ୯୫୬

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମିଳିଲାନି ଜାମିନ । ଗତକାଲିର ଜାମିନ ଆବେଦନ ଖାରଜ ପରେ ତାଙ୍କୁ ପୁଣି ଜେଲରେ ରଖାଯାଇଛି । ଆର୍ଯ୍ୟନ ଏବେ ୨୦ ତାରିଖ ଯାଏଁ ଆର୍ଥର ରୋଡ ଜେଲରେ ରହିବେ । ତାଙ୍କୁ ଉକ୍ତ ଜେଲରେ କଏଦୀ ନମ୍ବର ୯୫୬ ର ପରିଚୟ ଦିଆଯାଇଛି । ଏହା ତାଙ୍କ ଅଣ୍ଡରଟ୍ରାଏଲ ନମ୍ବର ।

ସୂଚନା ଅନୁସାରେ କୋଭିଡ ୧୯ ର ରିପୋର୍ଟ ନେଗେଟିଭ ଆସିବା ପରେ ଆର୍ଯ୍ୟନଙ୍କୁ ଜେଲର ଏକ ସାଧାରଣ କୋଠରୀକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ତାଙ୍କ ସହ ଗିରଫ ହୋଇଥିବା ୫ ଜଣଙ୍କୁ ମଧ୍ୟ ଜେଲର କ୍ୱାରେଣ୍ଟାଇନ ସେଲରୁ ବାହାର କରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ଗତକାଲି ମୁମ୍ବାଇ ସେସନ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ । କୋର୍ଟ ଆସନ୍ତା ବୁଧବାର ଯାଏଁ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି । ତେଣୁ ଆର୍ଯ୍ୟନ ଏବେ ୨୦ ତାରିଖ ଯାଏ ଜେଲରେ ରହିବେ । ଆର୍ଯ୍ୟନ ଏବେ ସାଧାରଣ କଏଦିଙ୍କ ସହିତ ଓ ସାଧାରଣ କଏଦି ଭଳି ରହିବେ ।ତାଙ୍କୁ ଫୋନ ବ୍ୟବହାର ପାଇଁ ଅନୁମତି ଦିଆଯିବ ନାହିଁ । ଏମିତିକି ତାଙ୍କୁ ଘରର ଖାଦ୍ୟ ଦିଆଯିବ ନାହିଁ । ସୂଚନା ଥାଉକି ମୁମ୍ବାଇ ଡ୍ରଗ୍ସ ରେଭ ପାର୍ଟି ମାମଲାରେ ଆର୍ଯ୍ୟନ ୧୨ ଦିନ ହେଲା ଜେଲରେ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼