Masthead

କେରଳରେ ବର୍ଷା ବିତ୍ପାତ, ଭାସିଗଲା ଘର

ଥିରୁଅନନ୍ତପୁରମ (ବଡ଼ ଖବର ବ୍ୟୁରୋ): କେରଳରେ ବର୍ଷା ବିତ୍ପାତ ଜାରି ରହିଛି । ଇଡୁକିରେ ଭୂସ୍ଖଳନ ଯୋଗୁ ୨୧ ଜଣଙ୍କ ଜୀବନ ଯାଇଛି । ଏବେ ବି ବର୍ଷା ଜାରି ରହିଥିବା ବେଳେ ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇଛି । ଏହା ଭିତରେ କେରଳର ବିଭିନ୍ନ ପ୍ରାନ୍ତରୁ ବର୍ଷା ବିଭିଷିକାର ଅନେକ ଭିଡଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ସେମିତି ଏକ ଭିଡିଓ କୋଟାୟମର ମୁଣ୍ଡାକାୟମରୁ ଆସିଛି । ଯାହାକୁ ଦେଖିଲେ ଛାତି ଥରି ଉଠିବ । ରାସ୍ତା ଉପରେ ନଦୀ ଜଳର ପ୍ରବାହ ରହିବା କାରଣରୁ ରାସ୍ତା କଡ଼ରେ ଥିବା ଏକ ଛାତ ଘର ପ୍ରଥମେ ଅଳ୍ପ ନଇଁ ତାପରେ ଧିରେ ଧିରେ ପୁରା ଘର ସେହି ନଦୀର ପ୍ରଖର ସ୍ରୋତରେ ବହିଯାଇଛି । ଏବେ ସୁ ଧା କାହାରି ମୃତାହତର ଖବର ସାମ୍ନାକୁ ଆସି ନାହିଁ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରଳରେ ବର୍ଷା ବିତ୍ପାତ ଦେଖି ରବିବାର ରାଜ୍ୟର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍‌ଙ୍କ ସହ ଆଲୋଚନା କରିଛନ୍ତି । ମୋଦି ଏନେଇ ଟ୍ୱିଟ୍‌ କରି କହିଛନ୍ତି ଯେ, ‘କେରଳ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଛି । ସରକାରୀ ଅଧିକାରୀମାନେ ବନ୍ୟା ପ୍ରଭାବିତଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେ ଆହୁରି କହିଛନ୍ତି, ମୁଁ ସମସ୍ତଙ୍କ ସୁରକ୍ଷିତ କାମନା କରୁଛି ଓ ସମସ୍ତେ କିଭଳି ସୁସ୍ଥ ରହିବେ ସେଥିପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ