Masthead

ମନୀଷ ମୃତ୍ୟୁ ମାମଲା: ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ମୃତ୍ୟୁ ମାମଲା । ମନୀଷଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କମିଶନରେଟ ପୋଲିସ । ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ଇନଫୋସିଟି ଥାନା ପୋଲିସ । ୩ ଅଭିଯୁକ୍ତଙ୍କୁ ଝାରପଡା ଜେଲରୁ ନିଆଗଲା । ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ କରାଯିବ । ଏ ନେଇ ଭବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ତେବେ ସୂଚନା ଅନୁଯାୟୀ ଗତ ୧୦ ତାରିଖରେ ବ୍ୟାଚଲର ଭୋଜି ଦେବାକୁ ଯାଇଥିଲେ ମନୀଷ । ଇନଫୋସିଟି ଗାଲେକ୍ସି ଗାର୍ଡେନ କମ୍ପେ୍ଲକ୍ସ ପାଖରୁ ମନୀଷ ଅନୁରାଗ, ଅମ୍ରିତ ବିଶ୍ୱାଳ, ଦିନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମହାପାତ୍ର କାରରେ ଲକ୍ଷ୍ମୀସାଗରରେ ଥିବା ଏକ ବାରକୁ ଯାଇଥିଲେ । ସେଠାରୁ ରାତି ପ୍ରାୟ ୮ଟାରେ ବାହାରି ଏକାଠି ବୁଲାବୁଲି କରିଥିଲେ ।

ପରେ ରାତି ପ୍ରାୟ ୧୨ଟାରେ ହୋଟେଲ ସାଉଥ ଗାଲାକ୍ସି ବାରକୁ ଯାଇଥିଲେ । ବାରରେ ଖିଆପିଆ କରିବା ପରେ ୮ରୁ ୧୦ ହଜାର ଭିତରେ ବିଲ ହୋଇଥିଲା । ମନୀଷଙ୍କ ସହ ଥିବା ମୃତ୍ୟୁଞ୍ଜୟ କିଛି ଟଙ୍କା ଦେଇଥିଲେ । କିନ୍ତୁ ପୁରା ବିଲ ଦେଇନଥିବାରୁ ମନୀଷଙ୍କୁ ବାରରେ ଅଟକ ରଖାଯାଇଥିଲା । ପୁଣି କିଛି ସମୟ ପରେ ମନୀଷ ଟଙ୍କା ଦେଇ ସେଠାରୁ ଏକୁଟିଆ ବାହାରି ଥିଲେ ।

ପରେ ବିଲ ପେମେଣ୍ଟକୁ ନେଇ ସାଙ୍ଗ ମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଖାଲି ଏତିକି ନୁହେଁ ସେଠାରେ ଉଭୟଙ୍କ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା । ଆଉ ଏହି ମାରପିଟରେ ମନୀଷଙ୍କ ମୃତ୍ୟୁ ହୋଇଥିଲା । ଏ ନେଇ ପୋଲିସ ମୃତ୍ୟୁଞ୍ଜୟ ମହାପାତ୍ର, ଦୀନେଶ ମହାପାତ୍ର ଓ ଅମ୍ରିତ ବିଶ୍ୱାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା