Masthead

କେରଳ ବର୍ଷା ବିତ୍ପାତ, ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି

କୋଚି(ବଡ଼ ଖବର ବ୍ୟୁରୋ): କେରଳରେ ଭୟଙ୍କର ହେଉଛି ପରିସ୍ଥିତି । ବିପର୍ଯ୍ୟୟ ସୃଷ୍ଟି କରିଛି ବର୍ଷା । ବିଭିନ୍ନ ନଦୀରେ ଜଳସ୍ତର ବିପଦ ସଙ୍କେତ ଟପିଛି । ଯେଉଁକାରଣରୁ ରାଜ୍ୟରେ ୧ଟି ଡ୍ୟାମ ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଏପରି ହୋଇଛି ଯେ, ବଡ଼ ବଡ଼ କୋଠା ଗୁଡ଼ିକ ପାଣିରେ ଭାସିଯାଉଥିବାର ଦେଖିବାକୁ ମିଳିଛି । ଏର୍ନାକୁଲମ ଏବଂ ଇଡ଼ୁକ୍କିରେ ହାଇ ଆଲର୍ଟ ଜାରି ହୋଇଛି । ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟନ ଆଜି ଏକ ଜରୁରୀ ବୈଠକ କରିଛନ୍ତି ଏବଂ କିଛି ଡ୍ୟାମ୍‌ରୁ ଜଳ ନିଷ୍କାସନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଇଡ଼ୁକ୍କି ଜଳଭଣ୍ଡାର ପାଇଁ ଅରେଞ୍ଜ୍‌ ଆଲର୍ଟ ଜାରି ହୋଇଛି । ରାଜ୍ୟରେ ପ୍ରଭାବିତ ଲୋକଙ୍କ ପାଇଁ ୨୪୭ ଶିବିର ଖୋଲା ଯାଇଛି । ଅକ୍ଟୋବର ୨୦-୨୨ ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଏକାଧିକ ଅଞ୍ଚଳ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି ।

ମୁଖ୍ୟମନ୍ତ୍ରୀ ବିଜୟନ ଆଜି ଏକ ଜରୁରୀ ବୈଠକ କରିଛନ୍ତି ଏବଂ କିଛି ଡ୍ୟାମ୍‌ରୁ ଜଳ ନିଷ୍କାସନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଇଡ଼ୁକ୍କି ଜଳଭଣ୍ଡାର ପାଇଁ ଅରେଞ୍ଜ୍‌ ଆଲର୍ଟ ଜାରି ହୋଇଛି । ପ୍ରକାଶ କରିଛନ୍ତି ଏବଂ କେରଳରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍‌ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ କେରଳରେ ବନ୍ୟା ସ୍ଥିତିକୁ ଅତି ଭଲଭାବେ ସମୀକ୍ଷା କରୁଛନ୍ତି । କେନ୍ଦ୍ରଠାରୁ ସମସ୍ତ ପ୍ରକାର ସହାୟତା ଦିଆଯିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏନ୍‌ଡିଆରଏଫ୍‌ ରାଜ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ୧୧ ଟିମ୍‌ ମୁତୟନ କରିଛି । ଅନ୍ୟପକ୍ଷରେ କେରଳରେ ବର୍ଷା ଏବଂ ବନ୍ୟାରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ପିନାରାୟୀ ବିଜୟନ ସରକାର ସଠିକ୍‌ ସମୟରେ ପଦକ୍ଷେପ ଗ୍ରହଣ କରିପାରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି