Masthead

ଧରାପଡ଼ିଲା ଛେଳି ଚୋର

କାକଟପୁର(ବଡ଼ ଖବର ବ୍ୟୁରୋ): କାକଟପୁର ଓ କୋଣାର୍କ ପୋଲିସ ପଞ୍ଝା ରେ ଅନ୍ତଃ ଜିଲ୍ଲା ଛେଳି ଚୋର । କିଛିଦିନ ଧରି ଅସ୍ତରଙ୍ଗ, କାକଟପୁର, ଗୋପ କୋଣାର୍କ, ନିଆଳି ଅଂଚଳ ରେ ବେଧଡ଼କ ଛେଳି ଗାଈ ମାଛ ଚୋରି ଚାଲିଛି । କିଛି ଦିନ ତଳେ ଅସ୍ତରଙ୍ଗ ରୁ ମାଛ ଚୋର, କାକଟପୁରରୁ ଗାଈ ଚୋର ଧରା ପଡିଥିଲା ବେଳେ, ଚାରିଛକରୁ ଜଣେ ଛେଳି ଚୋର କୁ କମିଶନରେଟ ପୋଲିସ ଉଠାଇନେଇଥିଲେ । ୧୭ ତାରିଖ ଶନିବାର ରାତିରେ କୋଣାର୍କ ଓ କାକଟପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କାକଟପୁର ସୁହାଣପୁର ବସ୍ତିରୁ ୨୪ ଟି ଛେଳି ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିବା ସହିତ , ଦୁଇଟି ମୋଟର ସାଇକେଲ ଜବତ କରିଛି ।

ଚୋର ମାନେ ଛେଳି ମୁହଁରେ ସେଲୋ ଟେପ ବାନ୍ଧି ଉଠାଉ ନେଉଥିଲେ । କାକଟପୁର ଓ କୋଣାର୍କ ଥାନାର ୬ ଜଣ ଅଫିସର ସହ ଦୁଇ ସେକ୍ସନ ଫୋର୍ସ ୧୭ତାରିଖ ଦିନ ରାତିସାରା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି କରି ୨୪ ଛେଳି ଉଦ୍ଧାର କରିଛନ୍ତି । ଅନ୍ୟ ପଟେ ଉଦ୍ଧାର ଛେଳି କୁ ଚି଼ହ୍ନଟ କରିବାକୁ ଥାନାସମ୍ମୁଖରେ ଛେଳି ଚାଷୀଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା । ଚାଷୀ ମାନେ ପୁରୀ ପୋଲିସ ଓ କାକଟପୁର, କୋଣାର୍କ ପୋଲିସ କୁ ଧନ୍ୟବାଦ ଦେବା ସହ ଅନ୍ୟ ଛେଳି ଚୋର ଓ ଗାଈ ଚୋରଙ୍କୁ ଧରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି