Masthead

ମମିତା ହତ୍ୟା ମାମଲା; କାର ଭିତରେ ହତ୍ୟା କରିଥିଲା ଗୋବିନ୍ଦ

କଳାହାଣ୍ଡି(ବଡ଼ ଖବର ବ୍ୟୁରୋ): ପ୍ରତ୍ୟେକ ଦିନ କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ମର୍ଡର ମିଷ୍ଟ୍ରିର ନୂଆ ନୂଆ ଖୁଲାସା ସାମ୍ନାକୁ ଆସୁଛି । ଏହା ମଧ୍ୟରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ବଲାଙ୍ଗୀରରେ ପ୍ରେସମିଟ କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଖୁଲାସା କରିଛନ୍ତି । ତେବେ ଗୋବିନ୍ଦ ସାହୁଙ୍କ ଅନୈତିକ ସମ୍ପର୍କ ଓ ପରକୀୟା ପ୍ରୀତି ବିଷୟରେ ଜାଣିଥିଲେ ମମତା । ଯାହାଫଳରେ ଏହି ଘଟଣଣା କାଳେ ବାହାରକୁ ଆସିଯିବ ସେଥିପାଇଁ ମମିତାଙ୍କୁ କାର ଭିତରେ ଗୋବିନ୍ଦ ହତ୍ୟା କରିଛି ବୋଲି ଉତ୍ତରାଞ୍ଚଳ ଡିଆଇଜି ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ସେପଟେ ଅଧ୍ୟାପିକା ମମିତା ମେହେରଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିବା ପରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବଙ୍ଗୋମୁଣ୍ଡା SDJM କୋର୍ଟରେ ହାଜର କରିଥିଲେ । ଅଭିଯୁକ୍ତ ଗୋବିନ୍ଦକୁ ଅଧିକ ପଚରାଉଚରା ପାଇଁ ପୁଲିସ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା ।

ହେଲେ ପୁଲିସ ପୁଲିସକୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ମଞ୍ଜୁର ଦେଇଥିଲେ । ଅନ୍ୟପଟେ ମମିତାଙ୍କୁ ହତ୍ୟା କରିବାକୁ ଗୋବିନ୍ଦ ପୂର୍ବରୁ ଯୋଜନା କରିଥିଲା । ଆଉ ଯୋଜନା ଅନୁସାରେ ମମିତାଙ୍କୁ ଗୋବିନ୍ଦ ଭବାନୀପାଟଣା ଡାକିଥିଲେ । ଆଉ ୮ ତାରିଖ ଦିନ ଭବାନୀପାଟଣାରୁ କେ ଗାଁରୁ ଫେରୁଥିବା ରାସ୍ତାରେ ମମିତାଙ୍କୁ ହତ୍ୟା କରାଯାଇଥିଲା । ତେବେ ତଣ୍ଟିଚିପି ହତ୍ୟା କରାଯାଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ । ହତ୍ୟା କରିବା ପରେ ମମିତାଙ୍କ ମୃତଦେହକୁ ଗୋବିନ୍ଦ ସାଥୀରେ ନେଇଯାଇଥିଲା । ଅନ୍ଧାର ହେବା ପରେ ମୃତଦେହକୁ ଷ୍ଟାଡିୟମକୁ ନେଇ ଗୋବିନ୍ଦ ପୋଡିଦେଇଥିଲା । ପରଦିନ ସକାଳେ ଜେସିବି ମେସିନରେ ଉକ୍ତ ମୃତଦେହକୁ ଗୋବିନ୍ଦ ପୋତିଦେଇଥିଲା । ସେପଟେ ଏହି ହତ୍ୟାକାଣ୍ଡରେ କେତେ ଜଣଙ୍କ ସମ୍ପୃକ୍ତି ରହିଛି ପୁଲିସ ଏହାର ଯାଞ୍ଚ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ